Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Simanchala Panda

Inspirational

3  

Simanchala Panda

Inspirational

*****ଶିଶୁ ଏକ ଫୁଲ କଢି********

*****ଶିଶୁ ଏକ ଫୁଲ କଢି********

1 min
185



ଜନନୀ ଜଠରୁ ଜନମି ହରଷେ

ଶିଶୁ ଆସେ ଧରା ଧାମ,

ସଙ୍ଗେ ଆଣି ଥାଏ ଧାତା ଉପହାର

ବିତରେ ସରଗ ପ୍ରେମ।


ଛୋଟ ଶିଶୁଟିଏ  ଫୁଲ କଢିଟିଏ

ଆଗକୁ ଯାଏ ସେ ବଢ଼ି,

ବିକଶିତ  ହୁଏ  ରୂପ ଗୁଣ ତାର

ସାକ୍ଷାତ ସେ ଫୁଲ କଢି,

ଫୁଲ ପରି ବାସ ଚହଟାଏ ସିଏ

ରୂପ  ଗୁଣ  ଅନୁପମ,

ଜନନୀ ଜଠରୁ  ଜନମି ହରଷେ

ଶିଶୁ ଆସେ ଧରା ଧାମ।


ତାହାଠି ନଥାଏ ରାଗ ରୁଷା ଭାବ

ସବୁରି  ସଙ୍ଗତେ ମିଶେ,

ଫୁଲ ରୂପ ବାସ ପ୍ରକାଶିଲା ପ୍ରାୟ

ସରାଗେ ସବୁଠି ହସେ।


ଫୁଲ  କଢି ଟିଏ  ଫୁଟି ବାସୁଥାଏ

ସରାଗେ ସଂସାର ଜନ,

ଶିଶୁଟିଏ ତାର ରୂପଗୁଣ ପ୍ରେମେ 

କରିଥାଏ   ସମ୍ମୋହନ,

ସଭିଙ୍କୁ ଆଦରେ ଆପଣାର କରେ

ବଢେ  ସର୍ବ  ଆକର୍ଷଣ,

ସଙ୍ଗେ ଆଣିଥାଏ  ଧାତା ଉପହାର

ବିତରେ  ସରଗ ପ୍ରେମ।


ଅଳପକେ ତୁଷ୍ଟ  ଅଳପରେ ପୁଷ୍ଟ

ସାକ୍ଷାତ ସେ ଫୁଲ କଢି,

ଅଳପ  ଦିନରେ ସବୁରି ପ୍ରେମରେ

ଆଗକୁ ଯାଏ ସେ ବଢ଼ି।


  


Rate this content
Log in