STORYMIRROR

Patel Narendra

Romance

4  

Patel Narendra

Romance

ସେଦିନର ଛବି

ସେଦିନର ଛବି

1 min
26

ଆଜି ବି ମୋର ମନେ ଅଛି

ପ୍ରିୟା ତୁମର ସେଦିନ ଛବି ,

ମୃଦୁହାସ୍ୟ ଦେଇ ରିଲ ଭରା

କ୍ୟାମେରା ରେ ସୁନ୍ଦର ଛବି !


ତୁମ ମନ ମତାଣିଆ ଚାହାଣି

କୋଣେଇ ଚାହିଁ କହିବ ଭାବୁଛି ,

ମୋ ହୃଦୟ ର ସ୍ପନ୍ଦନ କିଛି ନ

କହି ମଧ୍ୟ ମନେ କଳ୍ପନା କରୁଛି !


ସେଦିନ ରାତିରେ ମୋ ଆଖିରୁ

ନିଦ କୁଆଡେ ଉଭେଇ ଚାଲିଗଲା ,

ଏ କୋଣରୁ ସେକୋଣ ଲେଉଟା 

ରାତି ସାରା ଅନିଦ୍ରାରେ ପାହିଗଲା ।


ମୁଁ ପୋଖରି ହୁଡାରେ ଫୁଟିଥିବା କୁମଦ ,

ତୁମେ ଆକାଶର ପୂର୍ଣ୍ଣିମା ଚାନ୍ଦ !


ମନର କଥା ସବୁ ମନେ ମରେ ସାଥି ,

ଆଜି ବି ତୁମକଥା ଭାବି ସରିଯାଏ ରାତି !

ସ୍ମୃତିର ସାଗରେ ଘରକରି ରହିଥିବ ନିତି ,

ଏଇ ଜୀବନେ ଅସମ୍ଭବ ଭୁଲିବା ସେଇ ସ୍ମୃତି !



Rate this content
Log in

Similar oriya poem from Romance