Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସଚେତନ

ସଚେତନ

1 min
117



ସାରସ୍ୱତ ତଟ ବିଶାଳ ସମୁଦ୍ର

ସାହିତ୍ୟିକ ଯଥା ହ°ସ

ଅନାୟାସେ କରେ ଜଳେ ସନ୍ତରଣ

ଦିଗନ୍ତେ ମେଲାଏ ପକ୍ଷ ।


ଲଙ୍ଘିପାରେ ସିଏ ସମୁଦ୍ରର ବକ୍ଷ

ସ୍ୱଚ୍ଛନ୍ଦେ ତା ଡେଣା ମେଲି

ସୁଢଳ ସଧୀର ସରସ ସୁନ୍ଦର

ଅଟଇ ସେ ଦୂରଦର୍ଶୀ ।


ନୁହେଁ କେବେ ହ°ସ କାକର ସଦୃଶ

ନିଚ୍ଚମନା ଅହଙ୍କାରୀ

ସଦା ସଚେତନ ବିଚାରେ ଶୁଦ୍ଧତା

ସ°ଯମ ଥାଏ ଆଚରି ।


ଜଳ ସମ୍ମିଶ୍ରଣୁ ଦୁଗ୍ଧ ବିଶୁଦ୍ଧକୁ

କରେ ହ°ସ ସ°ଶ୍ଳେଷଣ

ଆହରେ ପଙ୍କରୁ କନ୍ଦ ମକରନ୍ଦ

ନ ଭକ୍ଷେ ଆମିଷ ମୀନ ।


କବି ସାହିତ୍ୟିକ ସହି ଦୁଃଖକଷ୍ଟ

ମହତ ଉଦ୍ଦେଶ୍ୟ ରଖି

ରଚନ୍ତି ପ୍ରବନ୍ଧ କାବ୍ୟ ଓ କବିତା

ବଢାନ୍ତି ଭାବ ସ°ପ୍ରୀତି ।


ସାରସ୍ୱତ ଲକ୍ଷ୍ୟ ସତ୍ୟ ଚିରନ୍ତନ

ଶାନ୍ତି ମୈତ୍ରୀ ସଦ୍ଭାବନା

ଭାବ ସମ୍ବେଦନା ଶବଦ ସ°ଯୋଗେ

ଉନ୍ମେଷେ ଦିବ୍ୟ ଚେତନା ।


ଗ୍ରାସଇ ଅମେଧ୍ୟ ଅଇଣ୍ଠା ଟୁକୁଡା

ଲୋଭୀ ସୁଚତୁର କାକ

ହେବ ନାହିଁ କାକ ହ°ସ ସମକକ୍ଷ

ଚଢାଇଲେ ରଙ୍ଗ ପୁଟ ।



Rate this content
Log in

Similar oriya poem from Inspirational