ସ୍ବପ୍ନ
ସ୍ବପ୍ନ
ସ୍ବପ୍ନ ସବୁ ଠିଆ ଠିଆ ଦେଖ
ବୁଢାରଜାର ଗର୍ଭ ଗୃହରୁ ଏଠାକୁ
ଆସିଥିବା ଭଗବାନ |
ଶଇତାନ କୁ ଠିଆ ଫାଡି ଦିଅ
ନ ଜାଣି ବେଦର ବୃତ୍ତାନ୍ତ
ପ୍ରାଣୀ ହୁଅନ୍ତି ଆତଯାତ
ହ୍ୟାଟ୍ସଅପ୍, ଫେସ୍ବୁକ୍ ରେ ପୋଷ୍ଟ କରିଦିଅ
ଭଗବାନଂକୁ ଠିଆ ଫାଡିବାର ଭିଡିଓ
ଏହି ଆତ୍ମଘାତୀ ଭିଡିଓ ଭାଇରାଲ ହେଲେ
ଧ୍ବଂସ କରିଦେବ ସବୁ ସୋସିଆଲ ମିଡିଆ
ଯାର ଚକ୍ରବ୍ୟୁହରେ ବଂଦୀ ଆଜିର ଯୁବପୀଢୀ,
ବୁଦ୍ଧିଜୀବୀ ଓ ସମାଜର ବଡପଂଡା ଗଣ
ପୂର୍ବଭଳି ଗୁରୁକୁଳ ଆଶ୍ରମ
ବକୁଳ ବନ ପ୍ରତିଷ୍ଠା ହେଉ
ଛୋଟ କୁନି ପିଲାଟିକୁ ଦେବାପାଇଁ ଟିକିଏ ସମତତ୍ୱ
ବତେଇବାକୁ ଜୀବନ୍ତ ଶବର ଠିକଣା- ଆରୋଗ୍ୟ ଝରଣା
ଆମ ସମସ୍ତେ ଶିଖ ନିଜେ ମରି ଅନ୍ୟକୁ ବଂଚାଇବାର କଳା ।।