Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

କୃଷ୍ଣ ଜନ୍ମ ପ୍ରଥମ ଭାଗ

କୃଷ୍ଣ ଜନ୍ମ ପ୍ରଥମ ଭାଗ

2 mins
114


ଦେବୀ ଦେବକୀ ଗର୍ଭରେ କୃଷ୍ଣ

ପୂର୍ବ କୃତ କର୍ମ ବଳେ ବସୁଦେବ 

ଦେବକୀ ଗର୍ଭରେ ଜନ୍ମ,

     ନେବେ ପରା ପରଂବ୍ରହ୍ମ

ଆକାଶ ପାତାଳ ଲାଗେ ଏକାକାର

ଘଡଘଡି ନାଦ ବିଜୁଳି ଚମକ

        ଦୁଲୁକି ଉଠେ ସଂସାର

ଅନ୍ଧାର ଗହ୍ଵର ବନ୍ଦୀଶାଳ ଘର

        ବାଛି ନେଲେ ଜନ୍ମ ସ୍ଥାନ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ଅଷ୍ଟମ ଗର୍ଭ ରେ, ଅଷ୍ଟମାବତାରେ, ଅଷ୍ଟମୀ ତିଥିରେ, 

     ଅଷ୍ଟମ ପ୍ରହର ରାତି

ଅଷ୍ଟମଲ୍ଲ ବିନାଶନାର୍ଥେ ଧରାରେ, 

ଜନ୍ମ ନେବେ ଯଦୁପତି,

    ସଂସ୍ଥାପନା ପାଇଁ ଧର୍ମ, 

ଦେବୀ ଦେବକୀ ଗର୍ଭରେ କୃଷ୍ପ ।


ଆଜି ସେହି ରାତି, ଆଜି ସେହି ତିଥି , ଦେବକୀ ବଦନ୍ତି 

    ବସୁଦେବ ମୁଖ ଚାହିଁ

ଆସେ ଗର୍ଭ ଶୂଳ ବଥାଏ କଂକାଳ,  

ଆଉ ସହି ହେଉନାହିଁ,

    ପ୍ରସବ ବେଳ ଆସନ୍ନ, 

ଦେବୀ ଦେବକୀ ଗର୍ଭରେ କୃଷ୍ପ ।


ପ୍ରବୋଧନା ଦେଇ, ଅଧିର ନହୋଉ , ମନରେ ଚିନ୍ତଇ 

    ଆହେ ପ୍ରଭୁ ଚକ୍ରଧର

ସାହାହୁଅ ନାଥ ନକର ଅନାଥ 

ୟେ କଷ୍ଟରୁ ପାରି କର

    ଜୟ ଜଗତ ଜୀବନ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ଅଶନି ଗର୍ଜନ ,ମେଘ ଘନ ଘନ, ନିଦ୍ରାରେ ଆଛନ୍ନ 

    ବନ୍ଦୀ ମନ୍ଦିର ପ୍ରହରୀ

ଏବେଳେ ଜନମ ନେଲେ ନାରାୟଣ 

ଉଜ୍ଵଳ ଆଭା ବିସ୍ତାରି,

   ଦେଖି ବିହ୍ଵଳ ଦେବକୀ ପ୍ରାଣ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


କୃଷ୍ଣ ଜନ୍ମ ହେଲା, ମଳୟ ବହିଲା, ମେଘ ଚାଲିଗଲା 

   ଜହ୍ନ ଆଲୋକ ରେ ମହୀ

ଚେତା ପାଇ ବୋଲେ ମୋକୋଳେ ତୋ ଜନ୍ମ 

ସପନ ସମ ଲାଗଇ,

   ଧିକ ଧିକ ମୋର ଜନ୍ମ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ଛପୁତ୍ର ଜନମ, କଲି ଅକାରଣ, କଂସ ହସ୍ତେ ପ୍ରାଣ 

    ଗଲା ମୋ ଆଖି ଆଗରେ

ଦେଖି ତୋର ଚନ୍ଦ୍ର ମୁଖ ଆରେ ଧନ 

କୋହ ଭରେ ମୋ ଅନ୍ତରେ,

      ସହି ନପାରେ ମୁଁ ଧନ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ମାତାଙ୍କ ବିକଳ, ଶୁଣି ଆଦିମୂଳ, ବୋଲନ୍ତି ଅଧିର 

     ନହୁଅ ଆଉ ଜନନୀ

ଆଜିଠାରୁ ଦୂର ହୋଇଲା ତୁମର 

ଏକାଳ ବେଳା ରଜନି,

  ମୋତେ ଗୋପକୁ ନିଅ ବହନ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ଫିଟିଲା ସୃଂଖଳ, ଖୋଲିଗଲା ଦ୍ଵାର, ଶୁପ୍ତ କାରାଗାର

    ବସୁଦେବ ଙ୍କୁ ବୋଲନ୍ତି           

ମୋତେ ଛାଡିଆସ ଗୋପପୁରେ ନେଇ 

ନନ୍ଦ ଘରେ ଯଶୋମତୀ,

     କୋଳରେ ନେଇ ତତ୍-କ୍ଷଣ

ଦେବୀ ଦେବକୀ ଗର୍ଭରେ କୃଷ୍ଣ ।


ତା କୋଳେ ଜନମ, କୁମାରୀ ରତନ, ବିଜୁଳୀ ତାନାମ

   ମୋତେ ଛାଡି ତାକୁ ଆଣ

ଆଜିଠାରୁ କ୍ଷୟ ତୁମ ଯେତେ ଭୟ

 ବିରାଜିତ ସତ୍ୟ ଧର୍ମ,

    କରିବି ଦୁଷ୍ଟ ଦଳନ

ଦେବୀ ଦେବକୀ ଗର୍ଭ ରେ କୃଷ୍ଣ ।

       

ମୁଁ ସ୍ଵଂୟ ଶ୍ରୀକୃଷ୍ଣ, କରରେ ଦର୍ଶନ, ଶଂଖ ଚକ୍ର ଚିହ୍ନ 

    ଦେଖାଇଣ ପ୍ରବୋଧିଲେ

ତହୁଁ ବସୁଦେବ ପୁତ୍ରଧରି କୋଳେ 

ସଘନେ ସେ ବାହାରିଲେ,

      ଝରେ ବରଷା ପବନ

ଦେବୀ ଦେବକୀ ଗର୍ଭରେ କୃଷ୍ଣ । କ୍ରମଶଃ


Rate this content
Log in

Similar oriya poem from Classics