Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Classics Inspirational

3  

Padmini Parida

Classics Inspirational

କୃଷ୍ଣ ଲୀଳା

କୃଷ୍ଣ ଲୀଳା

2 mins
192


ହେ ଦେବକୀ ନନ୍ଦନ

            ବାସୁଦେବଙ୍କ  ଧନ  

 ଜନ୍ମ ନିଅ ଆଉଥରେ କଳିଯୁଗରେ

               ଶିହୀରୀ ଉଠୁ ସମସ୍ତ ଙ୍କ

 ଆତ୍ମା ଆଉ ଶରୀର

           ଚିନ୍ନ ଚିନ୍ନ ହେଉ ମୋ ଭିତର ର   

   ସବୁ ଗର୍ବ ଆଉ ଅହଂକାର  !


 ହେ ଯୋଶଦା ସୁତ

            ନନ୍ଦ ଙ୍କ ପୁତ୍ର

ଚନ୍ଦନ, ଅଗୁରୁ, କୁଙ୍କୁ ମ, କସ୍ତୁରୀ

               ପ୍ରଲେପ ଦେହେ 

ସର, ଲବଣି, ଅଧମ,

                ଅମୃତ ଭୋଜନ ପ୍ରିୟେ        

ପୁତ୍ର ପ୍ରାଣା ଯଶୋଦା

             ବ୍ୟାକୁଳ ସଦା ସର୍ବଦା  

          ଗୋପାଳ ଙ୍କ ବାଲ୍ୟ କାଳେ        

                 ବାଲ୍ୟ ଲିଳା

ହେ ମୁରଲୀ ଧର

           ସବୁ ଆପଣଙ୍କ ରଚିତ ଖେଳ !


  ଏ ମିଛ ସଂସାରେ

             କେହି ନୁହଇଁ କାହାର

    ଏ ଭବ ସାଗରୁ ପ୍ରଭୁ

               ତୁମେ ପାରି କର  !

  ଯୌବନେ କୁଞ୍ଜ ବିହାରୀ

              କୁଞ୍ଜ ବନେ କରନ୍ତି

ଲୀଳା ଗୋପି ସାଙ୍ଗରେ

             ମଦନ ମୋହନ କୃଷ୍ଣ

ରାଧା ବିନା ଅଧା

          ରାଧା କୃଷ୍ଣ ରାସ ଲୀଳା  

 ଅନନ୍ତ ମହିମା !

        ଶାଶ୍ୱତ ତାଙ୍କ ପ୍ରେମ

               ନାହିଁ ତାର ସୀମା

ପ୍ରେମମୟୀ ରାଧା ରାଣୀ

             ପ୍ରେମ ତାଙ୍କ ନିତ୍ୟ  

ଅନାବିଳ ଆକଷଣ 


            ଚିରନ୍ତନ ସତ୍ୟ  !

ରାଧା କୃଷ୍ଣ ପ୍ରେମ ଅକ୍ଷୟ ଅମର

               ନାହିଁ ତାର ଅନ୍ତ  

ରାଧା ନାମେ ବଜେ ବଂଶୀ

               ବାଜଏ ସେ କାଁହ୍ନା  ! 

 ଆଜି ମଧ୍ୟ କୁଞ୍ଜ ବନେ    

             ରାଧା କୃଷ୍ଣ ରାସ ଲୀଳା ସୁପରିଚିତ!

 ଅଧର୍ମ, ଦୁଷ୍କର୍ମ, ବଢି ଚାଲିଛି

                ଆଜି କଳି ଯୁଗେ

 ପ୍ରେମ ନାମରେ ଚାଲିଛି

           ଖାଲି  କଳା ବଜାରୀ  ! 


  ଅସ୍ତ୍ର ନ ଧରି ବାସୁଦେବ ଶ୍ରୀକୃଷ୍ଣ

                ସାରଥୀ ହୋଇ ବୀର  ଅଜୁର୍ନଙ୍କୁ

  ଦିଅନ୍ତି କର୍ମ ଯୋଗର  

              ଅମୃତ ଜ୍ଞାନ   !

ଆଜିର କଳିଯୁଗେ ନା କୃଷ୍ଣ ନା ଅର୍ଜୁନ

          କେମିତି ଲିଭିବ କଳିଯୁଗର ଏ ଅଧର୍ମ ନିଆଁ!

ଚାଲିଛି ଧର୍ମ ଓ ଅଧର୍ମ ର ଯୁଦ୍ଧ

              ନିଧନ ହୁଅନ୍ତି ଅଧର୍ମୀ ଯେତେ

ତଥାପି ଆସେ ନାହିଁ ଚେତନା

         କି ସତ ଜ୍ଞାନ ର ଉଦୟ !


ଯୁଦ୍ଧ ଯୁଦ୍ଧ ଆଉ ଯୁଦ୍ଧ ରେ

             ଆତଙ୍କିତ ହୋଇ ରହିଛି ବସୁଧା!

କେବେ ଆସିବ ଏ ସତ୍ୟ ଯୁଗ

             ସମସ୍ତେ ସତ ମାର୍ଗ ରେ ଚଳିବେ!

ପାପ ଭରା ଜଗତର ଅନ୍ଧକାରେ 

               ଡ଼ାକେ ମୁଁ ତୁମକୁ କେତେ ଆତୁରେ

ହେ ବନମାଳୀ ଖୋଜେ ମୁଁ

             ତୁମ ଠିକଣା

ମନରେ ରଖି କେତେ ଭାବନା !


              କୁରୁ ପାଣ୍ଡବ ଧର୍ମ ଅଧର୍ମ ନେଇ 

 ତ୍ରେତୟା ଯୁଗରେ କେତେ ଯୁଦ୍ଧ କଲେ !

                କଳି ଯୁଗରେ ଅହଂକାରୀ

     ଦୁର୍ଯୋଧନଙ୍କ ସଂଖ୍ୟଭାରୀ !

ବିନା ଯୁଦ୍ଧେ କ୍ଷମତା ପ୍ରତି ପ୍ରତ୍ତି ମାନେ

             ନ ଦିଅନ୍ତି ଟିକେ ଦାନା ଦରିଦ୍ର ହାତରେ!

ଶକୁନିଙ୍କ କପଟ ପଶା ଖେଳ

            ମେଲାଇ ରଖିଛନ୍ତି ମାନସିକତାରେ!

 ମିଳେନା କୋଟିଏ ବସ୍ତ୍ର

           ଆଜିର ଦ୍ରୋପତି ଙ୍କୁ

 ଅନ୍ୟାୟ, ଅଧର୍ମ, ଦୁଷ୍କର୍ମ

            ବଢି ଚାଲିଛି କଳି ଯୁଗରେ

 ନିରାଶ୍ରିତ, ନିର୍ଯାତିତ ଆଜିର 

                 ଶିଶୁ କନ୍ୟା !


  ମନ ରେ ମୋହର ଏଣୁ ତେଣୁ

                ପ୍ରଶ୍ନ ଅସ୍ଥିର କରୁଛି ଭାରୀ 

 ଯଦି ମୋର ମନ ତୋ ପାଦ

               ଚିନ୍ତନ ସଂସାରୁ ହୁଅନ୍ତି ପାରି

       ହେ କୁଞ୍ଜ ବିହାରୀ  !

    

   

               

               

                  

                     


Rate this content
Log in

Similar oriya poem from Classics