Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SUSMITA MISHRA

Classics

3  

SUSMITA MISHRA

Classics

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

2 mins
128



ଭାଇ ଭଉଣୀ ର ଅତୁଟ ସ୍ନେହ ସମ୍ପର୍କ ,

ରକ୍ଷା ବନ୍ଧନ ଟି ଅଟେ ତାର ପ୍ରତୀକ I

ଭାଇ ପାଇଁ ଭଉଣୀ ଥାଏ ସଦା ଭାବୁକ, 

ଦୁହିଁଙ୍କ ସ୍ନେହ ଥାଏ ଅତି ଭାବ ଗର୍ଭକ l ଭାଇ ହାତେ ଯେବେ ଭଉଣୀ ବାନ୍ଧେ ସୁନେଲି ରାକ୍ଷୀ I 

ଦେଖି ଝଲସୀ ଯାଏ ସେବେ ସଭିଜନଙ୍କ ଆଖି I 

ସେ ତ ନୁହଁ କେବଳ ଏକ ରେଶମି ସୂତାର ଡୋର, 

ସେ ତ ଅଟେ ଚିର ଶାଶ୍ୱତ ନିରନ୍ତର ସ୍ନେହ ନିର୍ଝର I 

ଯୁଗେ ଯୁଗେ ଅଛି ଏହି ପବିତ୍ର ରାକ୍ଷୀ, 

ଭାଇ ଭଉଣୀ ସ୍ନେହ ବନ୍ଧନ ର ମୁକ ସାକ୍ଷୀ I 

ଯେବେ ହାରିବାକୁ ଲାଗିଲା ବିଶ୍ଵ ବିଜୟୀ ବୋଲାଉଥିବା ସିକନ୍ଦର, 

ତାକୁ ବଞ୍ଚାଇବା ପାଇଁ ତା ସ୍ତ୍ରୀ ବାନ୍ଧି ଥିଲା ରାକ୍ଷୀ ପୁରୁ ରାଜା ହାତର I 

ସେ ପାଇଁ ଭଉଣୀ ର ଲାଜ ରଖିବା ପାଇଁ, 

ଜାଣିକି ଯୁଦ୍ଧ ରେ ପୁରୁ ରାଜା ହାରିଥିଲେ ଭାଇ I 

ଭାଇ ଶ୍ରୀକୃଷ୍ଣ ହାତେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧି କରି, 

ଭାଇ ଦୟାରୁ ସେ ସଦା ନିଜ ସିନ୍ଥିରେ ପାରିଥିଲେ ସିନ୍ଦୂର ଭରି।

ତେଣୁ ଭାଇ କୁ ଭଉଣୀ ସ୍ନେହ ସରାଗରେ ରାକ୍ଷୀ ବାନ୍ଧିଥାଏ, 

ତା ବଦଳ ରେ ଭାଇ ଭଉଣୀ ର ରକ୍ଷକ ହୋଇଥାଏ I

ଏହିପରି ଦିନେ ଚିରି ଦେଇ ନିଜର କାନି, 

ବାନ୍ଧି ଦେଇଥିଲେ କୃଷ୍ଣ ହାତେ କୃଷ୍ଣା ରାନୀ I 

ସେ ଚିରା କନା ହୋଇ ଯାଇଥିଲା ପରମ ରାକ୍ଷୀ, 

ସେ ରାକ୍ଷୀ କାଳ କାଳକୁ କଥା ଗଲାଯେ ରଖି I 

ରାକ୍ଷୀ ବଦଲରେ ଦିନେ ରଖିଥିଲେ କୃଷ୍ଣ ସଖୀର ମାନ, 

ସଖା ସଖୀ ର ପବିତ୍ର ବନ୍ଧନ, ରାକ୍ଷୀ କରିଲା ମହାନ I 

ରାକ୍ଷୀ ନୁହଁ ଯେ କେବଳ ଭାଇ ଭଉଣୀ ର ସ୍ନେହ ର ସମ୍ପର୍କ, 

ଏ ତ ପରସ୍ପରକୁ ଦେଉଥିବା ରକ୍ଷାକାରୀ ର ପ୍ରତିଶୃତି ର ପ୍ରତୀକ I 

ଭାଇ ଟି ଅଟେ କୁଳ ଦୀପକ, 

ଭାଇ ଅଟେ ଭଉଣୀ ର ରକ୍ଷକ I 

ସେ ପାଇଁ ଭଉଣୀ ଭାଇ ହାତେ ସୁନେଲି ରାକ୍ଷୀ ପିନ୍ଧେଇ ଦିଏ, 

ଭାଇ ହାତେ ସେ ସୁନେଲି ରାକ୍ଷୀ ବରଷ ସାରା ଝଟକୁ ଥାଏ I 

ଯେବେ ବି ସେ ରାକ୍ଷୀ କୁ ଭାଇ ଦେଖୁ ଥାଏ, 

ରାକ୍ଷୀ ଟି ଭାଇ କୁ ତା କର୍ତ୍ତବ୍ଯ କଣ ମନେ ପକାଇ ଦିଏ I 

ରାକ୍ଷୀ ଟି କେବଳ ନୁହଁଇ ଏକ ସ୍ନେହ ବନ୍ଧନ, 

ଏ ବନ୍ଧନ ରେ ଥାଏ ଏକ ଦାୟୀତ୍ୱ ଜ୍ଞାନ. I 

ଯେଉଁ ଭାଇ ସେ ଦାୟୀତ୍ୱ ଜ୍ଞାନ କୁ ସଦା ବୁଝିଥାଏ, 

ତା ହାତେ ହିଁ ସଦା ସୁନେଲି ରାକ୍ଷୀ ଝଟକୁ ଥାଏ I 

ଭାଇ ଭଉଣୀ ର ସ୍ନେହ ନିର୍ଝରିଣୀ ସଦା ବହୁଥାଉ,

ସେ ନିର୍ଝରିଣୀ ର ବାରି ଧାରା ରାକ୍ଷୀ ହୋଇ, 

ଭାଇ ମାନଙ୍କର ହାତେ ସଦା ଝରୁ ଥାଉ I 

ଭାଇ ହାତରେ ସୁନେଲି ରାକ୍ଷୀ, 

ସଦା ଝଟକାଉ ଥିବୁ ହେ ଚକାଆଖି, 

ଚତୁର୍ବଗ ଫଳ ଦେଇ ତାହାକୁ, 

ସୁରକ୍ଷିତ ରଖିବୁ ସଦା ତାହାକୁ, 

ତୋ କୃପାକାନ୍ତ ହାତକୁ ଟେକି, 

ଏତିକି ଅଳି ରଖିବୁ, ମୋ ଚକାଆଖି I 


Rate this content
Log in