Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmini Parida

Classics Inspirational

3  

Padmini Parida

Classics Inspirational

ସ୍ବାଧୀନତାର ଅମୃତଉତ୍ସବ ପାଳନ

ସ୍ବାଧୀନତାର ଅମୃତଉତ୍ସବ ପାଳନ

2 mins
145


ସ୍ୱାଧୀନତା ଆମ ପାଇଁ ପ୍ରଶ୍ନ ବାଚ ସୃଷ୍ଟି କରେ।          ସ୍ୱାଧୀନତାର ଅମୃତ ଉତ୍ସବ ପାଳନ ଦେଖି।           ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନୟନ  ଯୁଗଳ        

ଧନ୍ୟ ହୋଇଯିବ କି ?                       

ସତରେ ମୋ ଦେଶ ସ୍ବାଧୀନ ହୋଇଛି କି?           

ଭାରତ ମାତା ର ସୁଧନ୍ୟ ସୁପୁତ୍ରମାନେ ଫାଶୀ ଖୁଣ୍ଟେ,       

କାରାଗାରେ, ଶୁଲିରେ, ଗୁଳିରେ, ଚାବୁକ ମାଡ଼ କୁ

  ଭୟ ନକରି ଦେଶ କୁ ସ୍ବାଧୀନ କଲେ !     

ସ୍ୱାଧୀନତା ର ମୂଲ୍ୟ  ଗରିବ ତାର ଶୋଷଣ କି?         

ସତରେ ମୋ ଦେଶ ସ୍ବାଧୀନ ହେଲା କି ?  

ନେତା ମାନେ ବଡ଼ ବଡ଼ ଆରାମ ଦାୟକ ଗାଡ଼ିରେ ବୁଲନ୍ତି।   ବିଦେଶ ଯାତ୍ରା ଉପରେ ଯାତ୍ରା କରନ୍ତି,।             

ଓଡ଼ିଆ ପୁ ଅ ଦାଦନ ଖଟିବା ପାଇଁ ବିଦେଶ ଯା ଆ ନ୍ତି !   ସତରେ ମୋ ଦେଶ ସ୍ବାଧୀନ ହେଲା କି?           

 ପଦପଦବୀରେ ଥିବା ଶାସକ ମାନେ ଯୋଜନା ଉପରେ ଯୋଜନା କରି ଚାଲନ୍ତି କିନ୍ତୁ ଦୁର୍ଭାଗ୍ୟ ମୋ ଗ୍ରାମ ବାସୀଙ୍କର। ନା ଆଲୁଅ, ନା ପିଇବା ପାଣି, ନା ରାସ୍ତା ମରାମତିର କାଯ୍ୟ , ନା ଡାକ୍ତର ଖାନା ରେ ଚିକିତ୍ସା ର ବ୍ୟବସ୍ଥା!       

 ସତରେ ମୋ ଦେଶ ସ୍ୱାଧୀନ ହେଲା କି?   

    ହରିଜନ, ଆଦିବାସୀ, କଳା ଗୋରା ଭେଦଭା ଵ

   ହିନ୍ଦୁ, ମୁସଲିମ, ଶିଖ, ଇଷାଇ ସମସ୍ତେ ଭାଇ ଭାଇ   

  ଗାନ୍ଧିଜୀଙ୍କ ରାମ ରାଜ୍ୟ ର ସ୍ୱପ୍ନ ପୁରା ହେଲା କି?      

 ସତରେ ମୋ ଦେଶ ସ୍ୱାଧୀନ ହେଲା କି?            

ପ୍ରତି ପ୍ରତିଶିଳ ମଣିଷ ଙ୍କୁ ସରକାର ଆଖିବୁଝା   

 ନିଶଚୋକ ଋଣ ଦିଅନ୍ତି!          

  ମୋ ଦେଶ ର କୃଷକଟି କୃଷି ଋଣ ସୁଜି ନ ପାରି          

ଆତ୍ମା ହତ୍ୟା କରନ୍ତି !                        

ସତରେ ମୋ ଦେଶ ସ୍ୱାଧୀନ ହେଲା କି?

   କୁନି ଛୁଆଟି ରାସ୍ତା ର ସିଗନାଲ ଉପରେ          

   ତ୍ରିରଙ୍ଗା ପତକା ବିକ୍ରି କରି, ତା କୁନି ପେଟରେ 

   ଦିମୁଠା ଦାନା ଯୋଗାଇବା ପ୍ରୟାସ !              

ସତରେ ମୋ ଦେଶ ସ୍ୱାଧୀନ ହୋଇଛି କି?      

   ବାଧକ୍ୟ ଭତ୍ତା, ବିକଳଙ୍ଗ ଭତ୍ତା ନ ମିଳେ   

   ସ୍ୱାଧୀନତା ର ପଞ୍ଚସ୍ତରୀ ବର୍ଷ ପର           

ସରକାର କିଏ? ଆଶ୍ରୟ ହୀନ ଦୁଃଖୀ ମଣିଷଙ୍କ ମୁହଁରେ!

  ସତରେ ମୋ ଦେଶ ସ୍ୱାଧୀନ ହେଲା କି !   

ପୁରୀ ରେ ବେବିନା ଆତ୍ମା, କୁନ୍ଦୁଲି ପୀଡିତର ଆତ୍ମା 

  ଆଜି ମଧ୍ୟ ନ୍ୟାୟ ର ଅପେକ୍ଷା ରେ !                

ଛୋଟ ଛୋଟ ଶିଶୁ କନ୍ୟା ସହିତ ଦୁଷ୍କର୍ମ ର ବ୍ୟବହାର!   

ସତରେ ମୋ ଦେଶ ସ୍ୱାଧୀନ ହେଲା କି?

  ଧନୀ ମଣିଷ ଙ୍କ ଘରେ ଛାପା ପଡିଲେ  

  ପୁଳା ପୁଳା ଟଙ୍କା ଆଉ ସୁନା ର ହିସାବ  

  ସରକାରୀ ଚିକିତ୍ସାଳୟରେ oxygen cylinder

   ଅଭାବରେରୋଗୀର ମୃତ୍ୟୁ !              

  ସତରେ ମୋ ଦେଶ ସ୍ୱାଧୀନ ହେଲା କି?

  ଯବାନଙ୍କ ସ୍ତ୍ରୀ ହାତରେ ମେଡଲ ଓ କୋଳରେ 

  ଛୋଟ ଶିଶୁ ଧରି ଅପେକ୍ଷା ସରକାରଙ୍କ ଅନୁଦାନ ପାଇଁ,

  ସତରେ ମୋ ଦେଶ ସ୍ୱାଧୀନ ହେଲା କି?

   Mothers day, fathers day ପରମ୍ପରା

   ବଡି ଚାଲିଛି, ତଥାପି ଜରାଶ୍ରମ, ବୃଦ୍ଧଶ୍ରମ ଗଡି ଚାଲିଛି!

     ସତରେ ମୋ ଦେଶ ସ୍ୱାଧୀନ ହେଲା କି ?

    ମୋ ଦେଶ ର ଯୁବ ପିଡି ମଦ୍ୟ ପାନ, ନିଶା ଦ୍ରବ୍ୟ ରେ

    ନିଜର ହିତାହିତ ଜ୍ଞାନ ଭୁଲି ଗଲେଣି  !

     ସତରେ ମୋ ଦେଶ ସ୍ୱାଧୀନ ହେଲା କି

   ମୋ ରାଷ୍ଟ୍ର ଆଜି ବହୁଖଣ୍ଡରେ ବିଭାଜିତ             

କାହିଁ ନ ବଦଳେ ସ୍ୱାଧୀନତା ର ଏତେ ବର୍ଷ 

  ପରେ ମୋ ଦେଶ ର ଅବସ୍ଥା !                  

ହେ ଗାନ୍ଧୀ, ହେ ସୁବାଷ, ହେ ବାଜି ରାଉତ

  ଆଉ ଥରେ ଜନ୍ମ ନିଅ ତୁମ ପବିତ୍ର ଭୁଇଁରେ

   ଦେଖି ଯାଅ ତୁମ ମାଟିରେ କେମିତି କଳଙ୍କ ଲାଗିଛି!

 ତଥାପି  ବିଭିନ୍ନତା ଭିତରେ ଭିନ୍ନତା, ମେରା ଆନ ତୀରଙ୍ଗା ହେ, ମେରା ମାନ ତୀରଙ୍ଗା ହେ, ମେରା ସାନ ତୀରଙ୍ଗା ହେ!

      


Rate this content
Log in

Similar oriya poem from Classics