STORYMIRROR

Mini Pattanayak

Fantasy

3  

Mini Pattanayak

Fantasy

ସୌନ୍ଦର୍ଯ୍ୟ ମୟ ଜଗତ

ସୌନ୍ଦର୍ଯ୍ୟ ମୟ ଜଗତ

1 min
421

ସୌନ୍ଦର୍ଯ୍ୟମୟ ଜଗତ ଆମର

ଏ ଜଗତରେ ଭରି ରହିଛି

ସବୁଜମୟୀ ଶ୍ୟାମଳ ବନ ।

ଯେତେବେଳେ ଉଇଁ ଆସେ

ଭାଲେରୀ ପାହାଡ ତଳୁ

ସେହି ସ୍ୱର୍ଣ୍ଣ କିରଣମୟୀ ଦିବାକର

ଦେଖାଯାଏ ଯେମିତି କି

ସୌନ୍ଦର୍ଯ୍ୟ ଭଣ୍ଡାରର ଗନ୍ତାଘର ।

ଏହି ସୌନ୍ଦର୍ଯ୍ୟମୟୀ ଜଗତରେ

ଭରି ରହିଛି ଅନେକ

ଜୀବ ମାନଙ୍କର ବାସସ୍ଥାନ ।

ଏ ଜଗତର ଧରା ପୁଷ୍ଟ

କେତେ ରଙ୍ଗ ବେରଙ୍ଗ ଫୁଲରେ ରଙ୍ଗାୟିତ

ଏହି ଫୁଲରେ ସଜେଇ ହୋଇ

ଧରଣୀ ରାଣୀ ହୁଏ ମୁଖରିତ ।

ଯେତେବେଳେ ଦିବା ଯାଇ ଆସେ ରାତ୍ରି

ସେତେବେଳେ ପ୍ରକଟିତ ହୁଅନ୍ତି

ହୃଦୟସ୍ପର୍ଶୀ ସୌନ୍ଦର୍ଯ୍ୟମୟ ଶୀତଳ ଶଶୀ ।

ଏହି ଶୀତଳ ଶଶୀ ଅନ୍ଧାର ରାତିର

ଏକ ଉଜ୍ୱଳମାନ ପିଣ୍ଡ ସଦୃଶ୍ୟ

ଏହି ଶଶୀର ଚତୁଃପାର୍ଶ୍ୱରେ

ଛୋଟଛୋଟ ତାରା ବିରାଜମାନ

ଏହି ଛୋଟ ତାରା ଦେଖାଯାନ୍ତି

ସୁସମାନ ଓ ସୁଶୋଭିତ ।

ଏହି ସବୁ ଆମ ଜଗତର ଧରା

ଏ ଜଗତ ରହିଥାଉ ଚିରଦିନ ପାଇଁ

ଉଜ୍ଜିବିତ ଓ ସୌନ୍ଦର୍ଯ୍ୟ ମଣ୍ଡିତ ।


Rate this content
Log in

Similar oriya poem from Fantasy