STORYMIRROR

Pritinanda Rout

Classics

4  

Pritinanda Rout

Classics

ସାର୍

ସାର୍

1 min
230

ମୋ ପିଲାଦିନ ର ବହୁତ ବଡ଼ ପ୍ରେରଣା,

ମନରେ ଅସୁମାରୀ ସ୍ବପ୍ନ ରେ ତାଙ୍କର ଅସ୍ତିତ୍ବ,

କିଛି କମ୍ କଥା ନୁହେଁ ।


ପ୍ରାଣ ରେ ପ୍ରାଣେ ଭୟ ,

କେହି କେହି ଖଜୁରୀ ପତ୍ର ରେ ଗଣ୍ଠି କରିଥାନ୍ତି,

ସାର୍ ବେତ୍ରାଘାତକୁ ।


କିନ୍ତୁ ଦେହରେ ନାଲି ନାଲି ଦାଗ କୁ,

ଆଉଁସି ଆଉଁସି ବେଶ୍ ଖୁସି ହୁଏ,

ସାର୍ ଙ୍କ ଛାଟ ପବିତ୍ର ମଙ୍ଗଳକାରକ ବୋଲି ।


ଗଣିତ ର ହିସାବ କିତାବ , ସାହିତ୍ୟ ର ଗଳ୍ପ ଏକାଙ୍କିକା,

ଇଂରାଜୀ ର shut the door , open the door,

ଭିତରେ କେତେବେଳେ ଶ୍ରେଣୀ ରୁ ବିଦାୟ ନେଇଛୁ ।


ପାଠ୍ୟପୁସ୍ତକ ର ପ୍ରଶ୍ନ ପଚାରିବା ଆଳ ରେ ,

ବୋଧହୁଏ ନିଜର ଉତ୍ତର ପାଇଯାନ୍ତି,

ଖୁସିରେ ଆମ ପିଠି ଥାପୁଡ଼ାଇଥାନ୍ତି ।


ପାଠ ଦେବା ତାଗିଦ୍ ଥାଏ ,

ଚରିତ୍ର ଗଠନ ର ଉଦ୍ଦେଶ୍ୟ ଥାଏ,

ଆମ ଅସ୍ତିତ୍ଵ ଗଠକ ସେ, ବିଦ୍ୟାଳୟ ର ଦେବତା ସେ ।




Rate this content
Log in

Similar oriya poem from Classics