ସ୍ୱାଧୀନତା ଦିବସ
ସ୍ୱାଧୀନତା ଦିବସ
କେତେଦିନ ଯାଏଁ ମାନବ ସମାଜ ଗୁଡ଼େଇ ତୁଡ଼େଇ ହେବ
ତା ନିଜ ଦୁଖଃଦ ଉନ୍ମାଦନାରେ ଆଉ ଦାମ୍ଭିକତା ପୂର୍ଣ୍ଣ ଔଦ୍ଧତ୍ୟରେ?
କେତେ ଦିନ ଯାଏଁ ବର୍ଣ୍ଣଗତ ପାତର ଅନ୍ତର ରହିବ ବିଶ୍ୱେ ତିଷ୍ଠିତ
କେତେ ଦିନ ଯାଏଁ ଜାତି ଭେଦ ପ୍ରଥା ସୃଷ୍ଟି କରି ଚାଲିଥିବ ମଣିଷ
ମଣିଷ ମଧ୍ୟରେ ଘୃଣ୍ୟ ବିଭେଦତା ପବିତ୍ର ବିଶ୍ୱ ମାତୃକା ବକ୍ଷ ରେ?
କେତେ ଦିନ ଯାଏଁ ଜାତିପ୍ରଥା ବ୍ୟାଖ୍ୟାକରି ଚାଲିଥିବ ମଣିଷର
ରୁଚିଗତ ସ୍ଵଭାଵଗୁଡି଼କୁ? କେତେଦିନ ଧର୍ମାନ୍ଧତା ଅଙ୍କୁରିତ ଓ
ଉନ୍ମୁକ୍ତ କରି ଚାଲିଥିବ ଘୃଣା ତଥା ପ୍ରଲୋଭନତା ନିରନ୍ତର ଏହି
ସୌହାର୍ଦ୍ୟପୂର୍ଣ୍ଣ ବିଶ୍ୱ ମାନବ ସମାଜର ମୌଳିକତା ବିରୁଦ୍ଧରେ?
କେତେଦିନ ଯାଏଁ ଆଞ୍ଚଳିକ ବିଦ୍ୱେଷ ଭାବ ଧାରା ଶୃଙ୍ଖଳବଦ୍ଧ
କରିଚାଲିଥିବ ମଣିଷ ଜାତିକୁ ତାର ସଂକୀର୍ଣ୍ଣତା ପୂର୍ଣ୍ଣ ବନ୍ଦୀଘରେ?
କେତେ ଦିନ ଯାଏଁ ଧର୍ମାନ୍ଧତା ବାଧ୍ୟ କରି ଚାଲୁଥିବ ମଣିଷ ଜାତିକୁ
ତାର ସୁଦ୍ଧ ଦୃଷ୍ଟିକୋଣକୁ ସ୍ଵଧର୍ମରେ ରଖିବାକୁ ସୀମାବଦ୍ଧ ଚିରନ୍ତନ?
କେତେଦିନ ପାଇଁ ମଣିଷର ସୀମାହୀନ ପ୍ରେମ ଓ ତାର ସ୍ୱାଧୀନତା
ସହାନୁଭୂତି ଜ୍ଞାପନଗୁଡି଼କୁ ଚାପଗ୍ରସ୍ତ କରି ଦେଶ ତାହାର ସୀମାନ୍ତ
ବାଡ଼ ମଧ୍ୟରେ କରି ଚାଲିଥିବ ଆବଦ୍ଧ କରଣ? ଆଉ ପରାଭୂତ
କରୁଥିବ ସଦା ମାତୃଭୂମିର ଦ୍ୱାହି ଦେଇ ରଖିବାକୁ ସ୍ୱଶାସନ କବଳେ?
କେତେ କାଳ ଯାଏଁ ମାନବଜାତି ଏମିତି ଏକ ରସାତଳ ପାଗଳାମିର ଅନ୍ଧ କୂପ ଭିତରେ
ବାସ କରିବାକୁ ଚାହୁଁ ଥିବ ଯୁଗ ଯୁଗ ଧରି ?
କେତେ କ୍ଷମାଭିକ୍ଷା ଓ କେତେ ନ୍ୟାୟସଙ୍ଗତ ଭାବେ ପ୍ରମାଣିତ କରି ଚାଲୁଥିବ
ଏହି ମଣିଷଜାତି ତାର ଖାପଛଡା ଓ ଅଜ୍ଞ ଭାଗ୍ୟବାଦକୁ ସତତ?
କେତେ ଦିନ ଯାଏଁ ମଣିଷଜାତି ଆବଶ୍ୟକ କରିବ ଏକ ଅନିଷ୍ଟକାରୀ
ଦୂରଦୃଷ୍ଟିର ଆଶାବାଡ଼ିର ସାହାରା ବିଶ୍ୱ ସମତଳ ପୃଷ୍ଠ ଭୂମି ଉପରେ?
କେତେଦିନ ମଣିଷ ଜାତି ପ୍ରତୀକ୍ଷାରତ ରହିବ ସେଇ ଆଶାବାଡ଼ି ଧରି
ସ୍ୱର୍ଗୀୟ ସ୍ୱାଧୀନତା ଆଳୟର ଶାଶ୍ୱତ ତୋରଣ ସମ୍ମୁଖେ ଆତୁରେ?
ଆଜିର ପ୍ରତ୍ୟୁଷ ଓ ସ୍ୱାଧୀନତା ପର୍ବର ପ୍ରାରମ୍ଭିକ ଦିବସ ପୂର୍ଣ୍ଣ ହେଉ, ସଦା ଅଶାର ଆଲୋକର ପବିତ୍ର କିରଣରାଜିରେ ଭୁମଣ୍ଡଳେ ନିରନ୍ତର, ଅଳଙ୍କୃତ କରି ଚାଲୁ ଆଜିର ପବିତ୍ର ଗଣତନ୍ତ୍ର ଦିବସ ସମସ୍ତ ବିଶ୍ଵବାସୀ ତଥା ଜାଗତିକ ମଣିଷ ଜାତିକୁ କେବଳ ଭାରତର ନୁହେଁ ବରଂ ସର୍ବ ମହାଦେଶାଵଳୀର ମାନବ ସମାଜଗୁଡି଼କୁ ଉଦ୍ଭାସିତ କରି ଆଗେଇ ଚାଲୁ ସଦା ନିଜର ଦିଗନ୍ତ ବିସ୍ତାରୀ ପ୍ରଭାବଶାଳୀ କିରଣ ବିତରଣ କରି କରି ଅନନ୍ତ କାଳ ପର୍ଯ୍ୟନ୍ତ ବିଶ୍ୱ ଗୋଲକକୁ ଶାଶ୍ୱତ ରୂପ ଦେଇ l
*****ବନ୍ଦେ ମାତରଂ ******
