Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics

4  

Pradeep Kumar Panda

Abstract Classics

ସ୍ୱାଧୀନ

ସ୍ୱାଧୀନ

1 min
287



ଜନମ ମୋହର ସ୍ଵାଧୀନତା ପରେ

ପାଠ ପଢି ଯାହା ଜାଣିଛି,

ଦେଖୁନାହିଁ ସବୁ ହଜି ଯାଇଅଛି

କେମିତି ସ୍ୱାଧୀନ ହୋଇଛି ।।


ସଭ୍ୟତା, ସଂସ୍କୃତି ଆଦର କମୁଛି

ପରମ୍ପରା ଲୁଚି ଯାଉଛି,

ନିଜ ଦେଶ ଛାଡି ବିଦେଶରେ ରହି

ନିଜ ମାଟି ଭୁଲିଯାଉଛି ।।


ଅହିଂସା ବଳରେ ହିଂସାକୁ ଜିଣିଛି

ଲେଖା, ଶୁଣା କଥା ଇଏ,

ଶୋଷଣ ହୁଅନ୍ତି ଜନତା ଏଠି ଯେ

ଦୃଷ୍ଟି ଦେଇଛି କି କିଏ ??


ସବୁରି ସ୍ତରରେ ଗୁଂଜାଗୁଞ୍ଜି ପନ୍ଥା

ଦିଅନିଅ ସଂସ୍ଥା ମେଲିଛି,

ଝାଳଧନ କେତେ ଆଳରେ ଲୁଟେ ସେ

ବନ୍ଦୋବସ୍ତ ହାତେ ରହିଛି ।।


ମଦ ବାଣ୍ଟିବାଣ୍ଟି, ପୁଲା ଖାଇପିଇ

ସ୍ୱାଧୀନ ବୋଲାନ୍ତି ଜନତା,

ଅପାଠୁଆଙ୍କୁ ଯେ ପାଠୁଆ ପଢ଼ାନ୍ତି

କିଛି ନବୁଝି ସେ ଫୁଟାନ୍ତି ଛତା ।।


ଭାଷଣ ତାଙ୍କର ଏଡ଼େ ମଧୁର ଯେ

ସତେ ସେହିଁ ବଡ଼ ଦେଶ ସେବକ,

ମୁରୁଖ ସମାଜ ତଥାପି ବୁଝେ କି

ମୁଣ୍ଡେ ପଡିଲେ ବି ଚଡକ ।।


ଉନ୍ନତି ନାମରେ ନିଜ ଉନ୍ନତି ଯେ

ବଢ଼ଇ ତାଙ୍କର ପୁଞ୍ଜି,

ଜନତାଙ୍କୁ ସିଏ କେତେ ଲୁଟିଯାନ୍ତି

ଯୋଜନା ଦିଅନ୍ତି ଖଞ୍ଜି ।।


କେମିତି କହିବି ସ୍ୱାଧୀନ ମୁଁ ଏଠି

ନ୍ୟାୟ ମିଳେନାହିଁ ଯେଉଁଠି,

ଦଣ୍ଡ ବଦଳରେ ମୁକୁଳିବା ରାସ୍ତା

ପାଠ ପୁଣି ହାତେ ଚାବିକାଠି ।।


କଥାରେ ଭରନ୍ତି ଦାମ୍ଭିକତା ତାଙ୍କ

କାମକୁ ମୋଟେ ସେ ନୁହେଁ,

ତଥାପି ମଣିଷ ବୁଝୁଅଛି କାହୁଁ

ସବୁଥିରେ ହାଣ ଖାଏ ।।


ତାଙ୍କ ନୀତିରେ ସେ ରାଜ କରିଥାନ୍ତି

ସଜାଇ ସବୁଙ୍କୁ ଭକୁଆ,

ତାଙ୍କ ପାଇଁ ପାଠ ବଦଳି ନଗଲେ

କହିବିନି ମୁଁ ଯେ ପାଠୁଆ ।।


ଲେଖାପଢା ମୋର ନାମକୁ ମାତର

ଦେଖେନି ଏ ପାଠ ମହତ,

ଯେଉଁଠି ଯାଉଛି ସେଇଠି ଭେଟିଛି

ରହିଛି ତାଙ୍କର ଲମ୍ବାହାତ ।।


ବହିରେ ସେମିତି ପାଠ କାଇଁ ନାହିଁ

ରହିନି ସେଭଳି କିଛି ନୀତି,

ଜନତା ଯେଉଁଠି ଜାଗ୍ରତ ହେବେନି

ଉଠିବେନି ସିଏ କେବେ ଚେତି ।।


Rate this content
Log in

Similar oriya poem from Abstract