STORYMIRROR

Pragyan Paramita

Abstract

4  

Pragyan Paramita

Abstract

ସ୍ୱାଭିମାନୀ

ସ୍ୱାଭିମାନୀ

1 min
397

ଆତ୍ମ ସମ୍ମାନକୁ ପକାଇ ପାରେନା ଯେ ବଳି

ନିଜ ହକ ପାଇଁ କରେ ଯିଏ ଅଳି

ସମସ୍ତଙ୍କ ପାଖେ ହୁଏ ଯେ ଅପ୍ରିୟ

ହେଲେ କଥାରେ କାହାର ଯାଏନି ଯେ ଟଳି

କାହିଁକିନା ସେ ଭାରି ସ୍ୱାଭିମାନୀ ।


ପାତର ଅନ୍ତର ନିଜ ପର ଭେଦଭାବ

ସହି ସହି ହୁଏ ଯେ ପଥର

ଅନ୍ୟାୟ ବରଦାସ୍ତ ନକରି ପାରି

ହୁଏ ଯେ ପ୍ରତି ମୁହୂର୍ତ୍ତେ ଶିକାର

ଦିନେନା ଦିନେ ନିଶ୍ଚେ ସେ ଦେବ ଉତ୍ତର

କାହିଁକିନା ସେ ଭାରି ସ୍ୱାଭିମାନୀ ।


କ୍ଷଣିକ ଭିତରେ କରେ ଯେ ପରକୁ ନିଜର

ତା ପାଇଁ ହୁଏ ଯଦି ଏତେ ଅବିଚାର

ନିଜ ଆସ୍ଥା ବିଶ୍ୱାସକୁ ଯେ କରି ଦୃଢ

ସବୁ ବିପଦର ସୁଅରେ ବଦଳେଇ ଦିଏ ସେ ମୋଡ଼

କାହିଁକିନା ସେ ଭାରି ସ୍ୱାଭିମାନୀ ।


ସବୁ ସହି ସହି ହୁଏ ଯେ ଦିନେ ପାଷାଣ

ଜୀବନରେ ପୂର୍ଣ୍ଣ ଯାର କେବଳ କଷଣ

ସମୟର ଆଢୁଆଳେ ଦେଖିବାକୁ ପଡେ ଯାର ରୂପ ମୌନ

ସେଇଟା ତାର ନୁହେଁ ଅଭିମାନ

ବରଂ ତାହା ତାର ସ୍ୱାଭିମାନ

କାହିଁକିନା ସେ ପରା ଭାରି ସ୍ୱାଭିମାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract