STORYMIRROR

Pragyan Paramita

Others

4  

Pragyan Paramita

Others

ଜଳ ବିହୁନେ ସୃଷ୍ଟି ନାଶ

ଜଳ ବିହୁନେ ସୃଷ୍ଟି ନାଶ

2 mins
414

  ଜଳ ବିହୁନେ ସୃଷ୍ଟି ନାଶ

  ଜଳ ବହୁଳେ ସୃଷ୍ଟି ନାଶ ll

କି ସୁନ୍ଦର ଧରା ଆଜି ହୋଇ ଜଳମଗ୍ନ

କରିଦେଇଛି ପଥଘାଟ ସେ ବିଛିନ୍ନ

ପ୍ରକୃତି ଦେଇଛି କରାଳ ରୂପର ଆହ୍ୱାନ

ସତେ କି ଧ୍ବଂସ ପାଇବ ମହୀ

ହଜାଇ ଦେବକି ତା' ଚି଼ହ୍ନବର୍ଣ୍ଣ .....

ତିନିଦିନ ହେଲା ଝଡି ବରଷାରେ

ବୁଡ଼ିଲାଣି ସଭିଙ୍କର ଭେଳା

ଏ ଯେ ସଂକଟର କ୍ଷୁଦ୍ର ଆଗମନ

ବାଇଶି ପାହାଚେ ଆଉ କି ଖେଳିବ ମୀନ!!!!

ଦେଖି ମୁରୁକି ହସୁଛି ଚକାନୟନ.....

ହୁଅରେ ସଜାଗ ଯେତେ ଚୋର ଖଣ୍ଟ

ଏଥର ପଡିବ ତୁମର ପାଳି

ଗୋଟି ଗୋଟି କରି ଯମ ଟାଣି ନେବ

ଦେଇ ମୃତ୍ୟୁର କରତାଳି.............

କେ ଯିବ ରାସ୍ତାରେ କେ ଯିବ ଘାଟରେ

କେ ଯିବ ପୁଣି ହୃଦଘାତରେ

ଆଉ କେ ଯିବ ଭିନ୍ନ ଭିନ୍ନ ବ୍ୟାଧିରେ

ବନ୍ଧୁ ପରିଜନଙ୍କ ଭାଳେଣି ପଡିବ

ଅକାଳରେ ଗଲା ଭାବି

ସେ କି ବୁଝିବେ ଏହା କୁ-କର୍ମର ଫଳେ

ଯେତେ ସଫେଇ ଦେଲେ ଯମ କି ଛାଡିବ ଭଲେ....

ଗଜାନନ ଆସି ଅଗ୍ରେ ପୂଜା ପାଇ

ହୋଇନାହାନ୍ତି ବୋଧେ ଶାନ୍ତି

ସେଥିପାଇଁ ବୋଧେ ଏ ଘୋର ବିପତ୍ତି

ବରଷାର ରୂପ ନେଇ ଦେଖାଉଛି କରାମତି.....

ତାଙ୍କ ଅଗ୍ରେ ଯାଇ କାଳେ କରିଛନ୍ତି ସେ ମିନତୀ

ତୁମ୍ଭ ଆଗମନେ ସୃଷ୍ଟିର ହେଉ ଅବନତି

ଧରା କୁ ସରା ମଣୁଛନ୍ତି ଯେଉଁ ନୃପତି

ମର୍ତ୍ତେ ଆସି ମାତା

ହରିନିଅ ତାଙ୍କ ଅଧିପତ୍ତି....

ଅଦିନ ଝଡ଼କୁ ରୋକି କେ ପାରିବରେ

କାହାର ନାହିଁ ସେ ଶକତି

ଭୟରେ କମ୍ପୁଛି ମାନବ ମଣ୍ଡଳ

କହେ ରକ୍ଷାକର ରକ୍ଷାକର ହେଇ କାକୁତିମିନତୀ....

ଅମାପ ଜଳରେ ମହୀ ଆଜି ଦିଶେ ଶୂନ୍ୟ ଶୂନ୍ୟ

ସବୁଆଡେ ଶୁଭେ ଘୋର ଗରଜନ

କେତେ ଯେ ବିକଟାଳ ରଡ଼ି

ଶରତ ଆକାଶେ ଶୁଭ ବାରତାର ପରିବର୍ତ୍ତେ

ଆସୁଛି ବିପତ୍ତି ମାଡ଼ି.............

ବରଷା ଆଜି ଛଡ଼ାଇ ନେଇଛି

ସଧବା ମଥା ସିନ୍ଦୂର

କେବେ ଶୁଣିଛକି ବରଷା କେବେ

ଉଜାଡିଛି କାହା ସଂସାର

ଏ ତ ପ୍ରକୃତିର ବଜ୍ର ପ୍ରହାର..........

ବରଷା ପୁଣି ଭସେଇଦେଲାଣି କେତେ କୋଠାବାଡି

ପୁଣି କେତେ ଦ୍ରୁମ ତରୁଲତା

ଭାଙ୍ଗିଦେଲାଣି ସପନ ହଜେଇଲାଣି କେତେଯେ ଜୀବନ

ମହିଷାମର୍ଦ୍ଦିନୀ ନେଇଛନ୍ତି ସତେ ଆଜି ଉଗ୍ରରୂପ

ଝରୁଛି ଉତ୍ତପ୍ତ କୋହ ଦେଇ ବର୍ଷାର ଲମ୍ଫ....

ରକ୍ଷାକର ମା' ରକ୍ଷାକର ମା'

ଆମ୍ଭେ ଅଟୁ ତୁମରି ସନ୍ତାନ

କ୍ଷମା କର ମା' କ୍ଷମା କର ମା'

ଆମ୍ଭ କୁ-କର୍ମକୁ ଅଜାଡ଼ି ତୁମ ମମତା ସ୍ନେହ.....

ଜଳ ବିହୁନେ ପରା ସୃଷ୍ଟି ନାଶ

ଜଳ ବହୁଳେ ବି ସୃଷ୍ଟି ନାଶ

ତୁମେ ଥାଉ ଥାଉ ଯଦି ଏମିତି ଘଟିବ

ତୁମ ଛାତି କ'ଣ ସହିପାରିବ

ମା' ସହିପାରିବ..........

ଦୟାର ପଣତ ବିଛେଇ ମଥାରେ ସବୁରି

ବରଷା ଦାଉରୁ ଦେ ତୁ ଉଦ୍ଧାରି

ତୋ ପୂଜା ପାଇଁ ପରା କରିବେ ସଜ

ଆସି ପହଞ୍ଚିବୁ ବେଗେ ହେଇ ସଜବାଜ

ଉଡାଇ ନେ ତୁ ମା' ବରଷାର ତେଜ...।



Rate this content
Log in