Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

2 mins
270



ରଥ ପଥ ଜଗନ୍ନାଥ ଦିବ୍ୟ ଦର୍ଶନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ

ଦୋଳରେ ଗୋବିନ୍ଦ ରଥରେ ବାମନ 

ମଧୁସୂଦନ ଙ୍କୁ ଚନ୍ଦନେ ଦର୍ଶନ

ପୁନର୍ଜନ୍ମ ହୁଏନାହିଁ

ପୁନର୍ଜନ୍ମ ହୁଏନାହିଁ ଶାସ୍ତ୍ରେ ବର୍ଣ୍ଣନ କଳା ବାମନ 

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ବରଷକେ ଥରେଏଇ ରଥ ଯାତରା

ପତିତ ଉଦ୍ଧାର ପାଇଁ ଭାବ ପସରା

ସ୍ବବିଗ୍ରହେ ସିଂହାସନୁ ପ୍ରଭୁ ଓହ୍ଲାଇ

ଲିଳା ରଚିଥାନ୍ତି ସେତ ରଥରେ ଯାଇ

ଭକତ ମାନଙ୍କୁ ଭକତ ବତ୍ସଳ

କରି ଦିଅନ୍ତି ସେ ଭାବରେ ତ ଭୋଳ

ଜୟଜୟ ଜଗନ୍ନାଥ

ଜୟଜୟ ଜଗନ୍ନାଥ ଉଛୁଳେ ପ୍ରାଣ କଳା ବାମନ 

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ଧାଡିରେ ପହଣ୍ଡି କରି ଚତୁର୍ଦ୍ଧା ମୂର୍ତ୍ତୀ

ହଲି ହଲି ଝୁଲି ଝୁଲି ରଥେ ଆସନ୍ତି

ଆଗେ ସୁଦର୍ଶନ ତହୁଁ ଭାଇ ବଳିଆ

ମଝିରେ ସୁଭଦ୍ରା ଶେଷେ ପ୍ରଭୁ କାଳିଆ

ଗହଳି ଲାଗଇ ଟାହିଆ ହଲଇ 

ରଥ ମାନେ ଦାଣ୍ଡେ ରହିଥାନ୍ତି ଚାହିଁ 

ନନ୍ଦିଘୋଷ ତାଳଧ୍ବଜ

ନନ୍ଦିଘୋଷ ତାଳଧ୍ବଜ ଦେବଦଳନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ତିନି ରଥେ ବିଜେ ପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀ

ମଦନମୋହନ ରାମ କୃଷ୍ଣ ଆସନ୍ତି 

ତିନି ଧ୍ଵଜ ଦିଅଁ ଯେବେ ମିଶି ଯାଆନ୍ତି

ଦଶ ଅବତାର ରୂପ ସେତ ବୋଲାନ୍ତି

ସେଲାଗି ରଥରେ ଗୁଣ୍ଡିଚା ଯାତରା

ଦଶ ଅବତାର ଯାତ୍ରା କ୍ଷାତ ପରା

ରଥ ଟାଣିବାକୁ ଭକ୍ତ

ରଥ ଟାଣିବାକୁ ଭକ୍ତ ମନ ଉଚ୍ଛନ୍ନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ଚକାଆଖି ଚକାଡୋଳା ଚକାନୟନ

ନୀଳାଚଳେ ରାଜା ପ୍ରଜା ସବୁ ସମାନ

ଗଜପତି ରାଜା ଧରି ରୁପା ପହଁରା

କରିଥାନ୍ତି ତିନିରଥେ ଛେରାପହଁରା

ଆଲଟ ଚାମର ଆଳତି ଅର୍ପଣ

ପ୍ରଭୁଙ୍କ ପାଦରେ ଭକ୍ତି ନିବେଦନ

ରାଜନୀତି ବନ୍ଦାପନା

ରାଜନୀତି ବନ୍ଦାପନା ପାଦ ବନ୍ଦନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ଡାହୁକ ବେତ ହଲାଇ ଡାକ ଦିଅନ୍ତି

ଘଣ୍ଟ ଘଣ୍ଟା ଭେରି ତୁରୀ ଗରଜୁ ଥାନ୍ତି

ମହାନନ୍ଦେ ଭକ୍ତ ରଥ ଟାଣି ନିଅନ୍ତି

ଆକାଶ ରୁ ପୁଷ୍ପ ମାନ ବରଷୁଥାନ୍ତି

ଗୋଟିପୁଅ ମାନେ ନାଚ କରୁଥାନ୍ତି

ଭଜନ କୀର୍ତ୍ତନ ମନ ମୋହୁଥାନ୍ତି

ଗଡୁଥାନ୍ତି ରଥ କରି 

ଗଡୁଥାନ୍ତି ରଥ କରି ଘୋର ଗର୍ଜନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ଆଗେ ତାଳଧ୍ଵଜେ ବଡ଼ ଭାଇ ଯାଆନ୍ତି

ମଝିରେ ଦେବଦଳନ ଭିଡା ହୁଅନ୍ତି 

ନନ୍ଦିଘୋଷ ରଥ ଶେଷେ ଟଣା ଯାଆନ୍ତି

ଭକତ ଙ୍କ ମନ ଯହିଁ ଲାଖି ରହେଟି

ମହାପ୍ରଭୁ ଙ୍କର ସେହି ଦିବ୍ୟ ରଥ

ଛୁଇଁ ଦେଲେ ମନ ହୁଅଇ ପବିତ୍ର

ଟାଣିବାକୁ ନନ୍ଦିଘୋଷ

ଟାଣିବାକୁ ନନ୍ଦିଘୋଷ ସଭିଙ୍କ ମନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ନବଦିନ ପାଇଁ ଏହି ରଥ ଯାତରା

ଶରଧାବାଲି ରେ ଲାଗେ ପରବ ପରା

ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ

ଆଡ଼ପ ଲିଳା କରନ୍ତି ଜଗତ ନାଥ

ହେରାପଞ୍ଚମୀ ରେ ମା ଲକ୍ଷ୍ମୀ ଆସନ୍ତି

ଅଭିମାନ କରି ମା ଲେଉଟି ଥାନ୍ତି

ବାହୁଡ଼ିବା ପାଇଁ ପ୍ରଭୁ

ବାହୁଡ଼ିବା ପାଇଁ ପ୍ରଭୁ କରନ୍ତି ମନ କଳା ବାମନ

ଦରଶନେ ଧନ୍ୟ ହୁଏ ଚର୍ମ ନୟନ କଳା ବାମନ...।


ବାହୁଡ଼ା ଦଶମୀ ଦିନ ପ୍ରଭୁ ଫେରନ୍ତି

ତିନି ଦିନ ପୁଣି ରଥ ପରେ ରୁହନ୍ତି

ରଥପରେ ସୁନାବେଶ ଦିଅଁ ହୁଅନ୍ତି

ଅଧର ପଣା ପୁଣି ପାନ କରନ୍ତି

ଦେଉଳ କୁ ପ୍ରଭୁ ଯେବେ ଲେଉଟନ୍ତି

ଦୁଆର ପକାଇ ମା କଳି କରନ୍ତି

ମାନ ଭାଙ୍ଗି ପ୍ରବେଶନ୍ତି

ମାନ ଭାଙ୍ଗି ପ୍ରବେଶନ୍ତି ଚକାନୟନ କଳା ବାମନ

ଶେଷହୁଏ ରଥଯାତ୍ରା ଯାତ୍ରା ମହାନ କଳା ବାମନ...।।


Rate this content
Log in

Similar oriya poem from Classics