STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ରଜ ଆସିଛି ମୋପ୍ରିୟାର ଗାଁ ରେ

ରଜ ଆସିଛି ମୋପ୍ରିୟାର ଗାଁ ରେ

1 min
144

ରଜ ଆସିଛି ମୋ ପ୍ରିୟାର ଗାଁ ରେ

କୁଆଁରୀ ମଥାରେ ଚନ୍ଦନ ଟୋପାରେ,

ଗୁଆ ଖୋଳପାରେ ଅଳତା ପାଦରେ

ପ୍ରେମ ପିରତିର ଅଲୁରା ଛନ୍ଦରେ

ବଉଳ ମାଳରେ ଛନ୍ଦି ହୋଇଥିବା

ଚିକ୍କଣ ବେଣୀ ରେ ମେଘ ରୋଷଣୀ ରେ


ଡେଙ୍ଗା ଆମ୍ବଗଛ ନହକା ଡାଳରେ

 କେଁ କଟକଟ ବାଉଁଶ ଦୋଳିରେ

 ମନଖୋଲା ହସ ପ୍ରେମର ଫାସରେ

କୁଆଁରୀ ଆଖିରେ ମିଠା ସପନରେ

ଅଣ୍ଟାଏ ପାଣିରେ କେତେ ଥଟ୍ଟା ମଜା 

 ସକାଳୁ ସକାଳୁ ଗାଧୁଆ ତୁଠରେ

ରଜ ଆସିଛି ମୋ ପ୍ରିୟାର ଗାଁ ରେ...


ଗାଁଆ ମହକୁଛି ମିଠା ଅତରରେ

ରଜଭାର ଆସେ ଶୂଭ ଶଙ୍ଖ ସୁରେ

ସଜ ତାଳସଜ ଆମ୍ବ ପଣଷରେ

ମିଠା ପୋଡପିଠା ମଣ୍ଡା ଆରିସାରେ

କେତକୀ ଖଇର ଦିଆ କମକୁଟା           

ରଜପାନ ଚଉଷଠି ମସଲାରେ 

ରଜ ଆସିଛି ମୋ ପ୍ରିୟାର ଗାଁ ରେ...


ପଠା ଦୁଲୁକୁଛି କବାଡି ଖେଳରେ

ଚଉପାଡି ସାରା ତାଆସ ପାଲିରେ

ନୂଆ ଭୂଆଷୁଣୀ ଅଳସ ଚାଲିରେ

ଘର ଅଗଣାରେ ଗପ ଆସରରେ

ଛାତିଥରା ଖୁସି ରଙ୍ଗ ଯାଏ ନେସି

ରଜଦୋଳି ଗୀତ ଲାଜୁଆ ଓଠରେ

ରଜ ଆସିଛି ମୋ ପ୍ରିୟାର ଗାଁ ରେ...


Rate this content
Log in

Similar oriya poem from Romance