STORYMIRROR

Tapan Sahu

Tragedy

3  

Tapan Sahu

Tragedy

ରେଲିଂରସ୍ତା

ରେଲିଂରସ୍ତା

1 min
128


ଆଜି ଏହି ନିର୍ଲିପ୍ତ ଅନ୍ଧାରେ 

ରେଲିଂ ରାସ୍ତାର ପାହାଚକୁ ଡେଇଁ 

ସରସ ସୁନ୍ଦର ଡଉଲ ଡାଉଲ 

ଗୀତିକାର ଟିଏ 

ଗାଏ ନିଜ ପାଗଳାମିର ଗୀତ 

ସ୍ବପ୍ନ ର ବାସ୍ତବ ଆଲୁଅ ଭିତରେ 

ଝରି ଝରାଇ 

ତରଙ୍ଗ ର ତଡ଼ିତ ବଣରେ

ଲବଙ୍ଗ ଫୁଲ ସାଥେ 

ହୃଦୁତାର ନେପଥ୍ୟ ର ଚି଼ହ୍ନ ନେସି 

ଏକ ମତୁଆଲି ଗୋଲାପ ସାଥେ ll


ଅସମାପିକାର ଓ ଅସମାପ୍ତ 

କଣ୍ଟାବଣ ପାର ହେଲାପରେ 

ସବୁଠି ନିରାଶ ଚୁର୍ଣ୍ଣଗୁର୍ଣ୍ଣ ତଥାପି 

ବିଜନରେ ଖେଳେ କୋଇଲିର କାକଳିରେ 

ଗୀତଝରାଇ ଗାଉଥାଏ 

ରେଲିଂ ରାସ୍ତା ଆରପଟେ ...ll


ସଞ୍ଜରୁ ସକାଳ ଖୋଜେ ଯେତେ 

ହଜିଥିବା ଠିକଣା ସବୁ

ପାଇଥାଏ ଆଖିଭର୍ତ୍ତ ଲୁହ 

ପୁଣି 

ଗାଁ ମୁଣ୍ଡ ବରଗଛ ଡେଇଁ 

ଆସୁଥିବା ଶୀତ ,ବର୍ଷା ହେମନ୍ତ ବସନ୍ତ 

ଶରତ ଭିତରେ 

ଖୋଜି ଖୋଜି ତା 

ବିଷର୍ଣ୍ଣ ଜୀବନର ଛାଇ 

ଗାଉଥାଏ ନିତି ଝରାଇ ଝରି 

ଝରା ଶେଫାଳିର ଗୀତ 

ରେଲିଂ ରାସ୍ତାର ଆରପାଖେ ll


ଭାତମୁଠେ ପାଇଁ 

ବିକ୍ରି କରିଥାଏ ତା ମମତା 

ମମତାର କାକଳି ଭିତରେ 

ଗାଉଥାଏ ତା ନିରୁଦ୍ଧିଷ୍ଟ 

ପ୍ରେମର ପାରିଧି ଭିତରେ 

ଇଟାଭାଟି ର ଅହିଂସା ରେ 

ରେଲିଂ ରାସ୍ତାର ଆରପଟେ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy