STORYMIRROR

Tapan Sahu

Others

3  

Tapan Sahu

Others

ବାଦଲ ଭିତରେ ଜୀବନ ହଜୁଛେ

ବାଦଲ ଭିତରେ ଜୀବନ ହଜୁଛେ

1 min
242

ଝକେର ହେବା ବଏଲେ

ମାଏଟ କାଥିର ଉଆଁସ ବେଳ ll


ନଡାବିଡାର ପାଏନ ନାପବାର ଅଛେ

ଉସତ ବେଡା, ଖୁଯୁଛେ କାଏଁଟା

କିଏ କହେବା ତାହାକେ

ଇଟା ଗାଁ ଆୟେ,, କେନ ସହର ନେହିଁସେ ll


ଉଁନଜିଆ ଆଡେ,କୁଲା ଦରଳା ପେ 'ନ

ସୁନବାର ମିଳୁଛେ..

ଶୁନା କଥା ବୁହା ପେ"ନ ବାଗିର

ଦଳ ଦଳିଆ କାଦୋର ଜୀବନ

ଉଁହୁଁଲିବାକି କଟକେଲ ହେବା ll


ଗଲା ପାଚଁ ବଛର ହେଲାନ

ଉତେଇ ନଏଦ ଧାରେ ଧାର ଲମିଛେ

ଖଣିର ଗଛ ମନେଵି ଉଦଲି ଦେଲେନ

ଆର କେଭେଁ ବଏଡ ହେବା କି ଜୀବନ ଯିବା ll


ଗଁ ଟିଆର ବାହାଲ

ପାଏନ ଛିଇଁ ଯିବୁ ବଏଲେଁ ସରପଟି ଆଏବୁ,

ମା ଲକ୍ଷୀ ଡୁଲି, ଧୂବଳେ ବୁଢାର କଥାନୀ

ମାଏଲି କ୍ଷେତ, ଡୁବରୀ ଡୁଲି

ଆଁ ଫାରି ବସିଚେ,ପଦେକ ଗୀତ ଗାଏବାର ଲାଗି

ସରାବନ ମାସେ ଖିର ଖିରା..

ମୁଇଁ ହେଲିନ ବଅରା... ll


ଜମି,ଜଙ୍ଗଲ, କେନାଲ

ପଖାଳ, ପାଏନ, ଜୀବନ

ସରଘଟି ହେଉଛେ

ମୁନୁଷ ଵି ପଥର ପାଲଟୁଛେ

ଭେକ ଭେକ ଦେଖବାର ଅଛେ

ବାଦଲଵି ଜନ ଉକିଆର ଖେଳ ଖେଳୁଛେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍