ବର୍ଷା ବେଶ ହସୁଛି
ବର୍ଷା ବେଶ ହସୁଛି
1 min
217
ସାରା ଆକାଶ
ମେଘଛନ୍ନ !!
ତୃଷ୍ଣାପୂର୍ଣ୍ଣ ମାଟି
ଚାତକ, ମୁଁ, ଜମି ଓ ସେମାନେ ll
ଖଣ୍ଡ ଖଣ୍ଡ ସଦ୍ୟ
ଅଙ୍କୁରିତ ବୀଜର
ଏବେ ମୃତ୍ୟୁ ସନ୍ନିକଟ ll
ପୁଞ୍ଜିପତି - ମେଘ
କେଉଁଠି ପଶିଛି
ଅଲୋଡ଼ା ଇଲାକାର
ଠିକଣା ବାହାରେ
ଠିକଣାର ଦ୍ୱାହି ଦେଇ ll
ବର୍ଷା - ରମଣୀୟ
ମୌସୁମୀର ଆର୍ତ୍ତ ଆବାହନ -
ହଳ-ନଙ୍ଗଳ-ଜମି
ମୁଣ୍ଡର ଝାଳ...
ଏବେ ମାଟି ମୁହାଁ ll
ତଥାପି
ଏତେ ଭାରାକ୍ରାନ୍ତ ବର୍ଷା
ବର୍ଷା !!
ଭିତରେ ନା ବାହାରେ
ବେଶ ତେଜୁଛି
ପୁଞ୍ଜିପତି ଠିକଣାରେ
ବେଶ ବର୍ଷି ଚାଲିଛି ll
