ରେଡ୍ କ୍ରସ ଦିବସ
ରେଡ୍ କ୍ରସ ଦିବସ
ହେନେରୀ ଡୁନାଣ୍ଟ ପ୍ରଥମ ନୋବେଲ୍
ଶାନ୍ତି ପୁରସ୍କାରପ୍ରାପ୍ତ
ଯାହା ଜନ୍ମ ଦିନ ରେଡ୍ କ୍ରସ ରୂପେ
ସଚରାଚର ପ୍ରକ୍ଷିପ୍ତ ।
ବାତ୍ୟା ବନ୍ୟା ଅବା ଭୂମିକମ୍ପ ହେଉ
ପୀଡ଼ିତ ଜନର ସେବା
ଅଟେ ସ୍ଵେଚ୍ଛାକୃତ ସ୍ଵେଚ୍ଛାସେବୀ କାମ
ତାକୁଇ ସମ୍ମାନ ଦେବା ।
ମାନବବାଦରେ ବିଶ୍ବାସ ରଖିବା
ମାନବତା ଗୁଣ ଭଲ
ସେବା ଠାରୁ ବଡ଼ି ନାହିଁ କିଛି ବଳି
ସେବା ହିଁ ତ ପୁଣ୍ଯଫଳ ।
ନିଜର ସେବାଟି ଯେତିକି ଗୁରୁତ୍ୱ
ଅନ୍ୟକୁ ସାହାଯ୍ୟ ମଧ୍ଯ
ସେତିକି ମହତ୍ତ୍ୱ ଏ କଥାଟି ହେଜି
ସାହାଯ୍ୟ କରିବା ସଦ୍ୟ ।
