STORYMIRROR

Titi Sarangi

Inspirational

3  

Titi Sarangi

Inspirational

ରାମ

ରାମ

1 min
13.5K


ଯୁଗପରେ ଯୁଗ ଧ୍ଵନୀ ତୋଳେ ଯେଉଁ ନାମଟି କେତେ ଲୋକକଥା ,

ସାହିତ୍ୟର ପ୍ରଛଦ କାହାଣୀ ସାଜି

ସେ ନାମଟି ଅଭିଷିକ୍ତ ଅଖଣ୍ତ ବିଶ୍ଵାସରେ ସିକ୍ତ

ଶତ ସହସ୍ର ଅନ୍ତର ସିଂହାସନରେ

ମର୍ଯ୍ୟାଦା ଯେଉଁଠି ବିରୋଧ ସେଇଠି ନ୍ୟାୟରେ

ସେଇ ନାମଧାରୀଟି ସହିଛି ଆଉ ସହୁଛି ଏବେ ବି

ଅନେକ ବିରୋଧାଭାସର ତୀବ୍ର କଟାକ୍ଷ

ତଥାପି ତିଷ୍ଠି ରହିଛି ନିଜସ୍ଵ ମହତ୍ଵରେ

ଅନ୍ଧର ହାତୀ ଦର୍ଶନ ଭଳି ତୁମ ପ୍ରତି ଜ୍ଞାନମୋର

ସ୍ଵଳ୍ପ ଆଉ ସୀମିତ ଉପଲବ୍ଧି ମାତ୍ର

ସେତିକିରେ ଅନ୍ତର ମୋ ଚିର ବଶମ୍ବଦ ,

ନମ୍ରତା ,ଶୀଳତା ,ଆଉ କାକୁସ୍ଥ ମନ ଭିତରେ

ସାଧାରଣ ସ୍ଵାର୍ଥୀ ମଣିଷଟି କ'ଣ ତ୍ୟାଗୀପାରେ

ଭୋଗ ଆଉ ବିଳାସର ବିପୁଳ ସମ୍ପଦ ?

ତମେ କେବଳ ତମେ ବୋଲି ସିନା ହେ ରାମ

ବିସର୍ଜି ପାରିଲ ନିଜ ଜୀବନକୁ

ଅଗ୍ନି ଶିଖାର ସେ ଲେଲିହାନ ଜ୍ଵାଳାରେ,

ହଁ ମାଆ ସୀତାଙ୍କ ଦେହରେ ସେଦିନ ତୁମେ ଇ

ଝାସିଥିଲ ନିଜକୁ ସମାଜ ଦାୟରେ

ପୁରୁଷର ପ୍ରେମ ବଳରେ ନାରୀ କ'ଣ କରି ନପାରେ !!

ଆଉ ତୁମେ ଆସିବାର ଆବଶ୍ୟକ ନାହିଁ

ତୁମ ନାମର ଶକ୍ତି ଏତେ ସୁଦୂରପ୍ରସାରୀ

ସେତିକିରେ ଗଢି ଉଠେ ନୂଆଯୁଗ ପାପକୁ ବିଧ୍ଵଂସୀ

ପୂଜା ପାଉଥାଅ ତୁମେ ସହସ୍ର ଅନ୍ତରେ

ତୁମ ପୂଣ୍ୟ ଜନ୍ମତିଥି ପାଳୁଥିଉ ସମାଜ

ପ୍ରତି ଓଷ୍ଠାଧାର ହେଉ "ରାମ" ନାମ ପିଆସୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational