'ରାକ୍ଷୀ'
'ରାକ୍ଷୀ'
ରାକ୍ଷୀ
କାହାପାଇଁ ସୂତା ଟିଏ
ମୋପାଇଁ ମୋ ଜୀବନ
ମୋ ସେନେହ ସାକ୍ଷୀ ।
ରାକ୍ଷୀ
କାହାପାଇଁ ଦିନଟିଏ
ମୋ ପାଇଁ ସବୁଦିନ
ଆଣିଦିଏ ଖୁସି ।
ରାକ୍ଷୀ
କାହାପାଇଁ ପୂର୍ଣ୍ଣିମା ସେ
ମୋ ପାଇଁ ଜହ୍ନ ଆଉ
ତାରା ଚିକିମିକି ।
ରାକ୍ଷୀ
କାହାପାଇଁ ଫିକା ରଙ୍ଗ
ମୋ ପାଇଁ ଇନ୍ଦ୍ରଧନୁ
ମୋ ଜୀବନ ପୋଥି ।
