STORYMIRROR

Anupama Biswal

Abstract Children

4  

Anupama Biswal

Abstract Children

ବରଷା ରାଣୀ ର ଜନମ ଦିନ

ବରଷା ରାଣୀ ର ଜନମ ଦିନ

1 min
396

ବରଷା ରାଣୀ ଲୋ ବରଷା ରାଣୀ,

ଘଡ଼ଘଡ଼ି ଭାଇ ତୋର ବିଜୁଳି ଭଉଣୀ ।

ବରଷା ରାଣୀ ଗୀତ କୁ ଘଡ଼ଘଡ଼ି ବାଜା,

ବିଜୁଳି ମହୁରୀ ସଙ୍ଗେ ହୋଇ ସାଜସଜ୍ଜା ।

ପହିଲି ଆଷାଢ଼ ବର୍ଷା ରାଣୀ ଜନ୍ମଦିନ,

ଧରା ବୁଲିବାକୁ ବର୍ଷା କରିଅଛି ମନ ।

ଭାଇ ଭଉଣୀ ସାଙ୍ଗରେ ଆସି ଅଛି ବୁଲି,

ତା ପରଶେ ଜଗତର ଦୁଃଖ ଯାଏ ଚାଲି ।

କଳା ମେଘୀ ପାଟ ପିନ୍ଧି ଆସିଅଛି ସିଏ,

ଛୁଇଁ ଦେଇ ଧରଣୀ କୁ ଚାଲିଯିବ ହାଏ ।

ହସିବ ଧରଣୀ ରାଣୀ ବରଷା ପରଶେ,

ହସିବ ବାଡ଼ି ବଗିଚା ଅନାବନା ଘାସେ ।



Rate this content
Log in

Similar oriya poem from Abstract