STORYMIRROR

Anupama Biswal

Classics Inspirational Children

3  

Anupama Biswal

Classics Inspirational Children

' ହେ ମାଆ '

' ହେ ମାଆ '

1 min
189

ହେ ମାଆ

ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।


ପ୍ରତିମା ପୁଜୁଛି ଏଠି ଅବିବେକି ମଣିଷ,

ଭରା ଦାଣ୍ଡେ ଜନ୍ମଦାତ୍ରୀ ହେଉଛି ହତାଶ ।


ତାର ଅବସ୍ଥା ତୁ ଦେଖିଦେଇ ଯା

ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।


ମାଆ ର ମମତା ଆଉ ମାଆ ର ପରଶ,

କୁଳାଙ୍ଗାରଟା କୁ ଏଠି ଲାଗୁ ଅଛି ବିଷ ।


ଭ୍ରମରେ ପଡ଼ି ସେ ହୁଏ ବାୟା

ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।


ବୁଝେଇ ଦେଇ ଯା ମାଆ ଆବିବେକି ଜନେ

ତୁ ଆଉ ଜନ୍ମଦାତ୍ରୀ ନୁହେଁ କେବେ ଭିନ୍ନେ ।


ସେ ମାଆ ର ଲୁହ ତୁ ପୋଛି ଦେଇ ଯା

ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics