' ହେ ମାଆ '
' ହେ ମାଆ '
ହେ ମାଆ
ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।
ପ୍ରତିମା ପୁଜୁଛି ଏଠି ଅବିବେକି ମଣିଷ,
ଭରା ଦାଣ୍ଡେ ଜନ୍ମଦାତ୍ରୀ ହେଉଛି ହତାଶ ।
ତାର ଅବସ୍ଥା ତୁ ଦେଖିଦେଇ ଯା
ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।
ମାଆ ର ମମତା ଆଉ ମାଆ ର ପରଶ,
କୁଳାଙ୍ଗାରଟା କୁ ଏଠି ଲାଗୁ ଅଛି ବିଷ ।
ଭ୍ରମରେ ପଡ଼ି ସେ ହୁଏ ବାୟା
ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।
ବୁଝେଇ ଦେଇ ଯା ମାଆ ଆବିବେକି ଜନେ
ତୁ ଆଉ ଜନ୍ମଦାତ୍ରୀ ନୁହେଁ କେବେ ଭିନ୍ନେ ।
ସେ ମାଆ ର ଲୁହ ତୁ ପୋଛି ଦେଇ ଯା
ତୋ ସିଂହାସନ ଛାଡି ତୁ ଓଲ୍ହେଇ ଆ ।
