ହେ ଜାତିର ପିତା
ହେ ଜାତିର ପିତା
ହେ ଜାତିର ପିତା ଅହିଂସା ପୂଜାରୀ
ତୁମେ ଯେ ଚିର ନମସ୍ୟ
ଗାନ୍ଧୀ ଜୟନ୍ତୀରେ ରେ ସ୍ମରଣ
କରୁଛୁ ସରଗୁ ଓହ୍ଲାଇ ଆସ ।
ଦେଖି ଯାଅ ଥରେ ସ୍ବପ୍ନ ର ଭାରତ
ଅବସ୍ଥା କେମିତି ଅଛି
ତୁମ ସନ୍ତାନଙ୍କୁ ଗ୍ରାସ କରିଅଛି
ଭ୍ରଷ୍ଟାଚାର ଓ ଦୁର୍ନୀତି ।
ଜଳୁ ଅଛି ଖାଲି ଅନ୍ୟାୟ ର ନିଆଁ
ସବୁଠି ଗଲାଣି ବ୍ୟାପି
ଓହ୍ଲାଇ ଆସ ହେ ପୁଣ୍ୟ ଦେବତା
ଅହିଂସା ମନ୍ତ୍ର ଜପି ।
ଯେ ଅହିଂସା ମନ୍ତ୍ର ଗୁଳି ଗୋଳା ଠାରୁ
ଅଟେ ଏତେ ଶକ୍ତିଶାଳୀ
ଯେ ମନ୍ତ୍ର ବଳରେ ବିଶ୍ଵ ରେ
ଭାରତ ସମସ୍ତଙ୍କୁ ଗଲା ବଳି ।
ସେ ମନ୍ତ୍ର ବଳରେ ଦୂର କରିଦିଅ
ଈର୍ଷା ହିଂସା ରାଗ ଦ୍ୱେଷ
ମଣିଷ ମନରୁ ଦୂର ହେଇଯାଉ
ଯେତେକ ଗରଳ ବିଷ ।
ସବୁ ମଣିଷଙ୍କ କାନେ କହି ଯାଅ
ଅହିଂସା ମନ୍ତ୍ରର କଥା
ସବୁ ମଣିଷଙ୍କ ମନେ ଫୁଟି ଉଠୁ
ଭଲ ପାଇବା ର ଗାଥା ।
