STORYMIRROR

Panchanan Jena

Tragedy

3  

Panchanan Jena

Tragedy

ପୁରୁଷୋତ୍ତମ

ପୁରୁଷୋତ୍ତମ

2 mins
196

ପୁଅ ହୋଇ ଜନ୍ମ ନେବା ଜିଇଁବା

ଭାଇ-ସ୍ୱାମୀ-ବାପାର ରଂଗ ମାଖିବା

ପୁରୁଷରୁ ପୁରୁଷୋତ୍ତମର ସୋପାନ ଚଢିବା 

ଏତେ ସହଜ ନୁହଁ ଭାଇ 

ପୁଣି କାଇଁ ହାଇଁ ପାଇଁ !୧

 ପୁଅ ପରା ଅଗଣିତ ଆଶିର୍ବାଦ ମଝିରେ ଫୁଜିଭୁତ ସ୍ନେହ

ଅସୁମାରୀ ବ୍ରତ ଉପବାସ ମଝିରେ କୋହଭର୍ତ୍ତି ମୋହ

ଅୟୁତ ପୂଜା - ଯଜ୍ଞ -ପାଠ ମଝିରେ ଉପେକ୍ଷିତ ଖୁସି

ନିୟୁତ ଧ୍ୟାନ ତର୍ପଣ ଜାଗର ଦୀପାଳୀ ମିଝିରେ ସାମୁହିକ ଅସି 

କାମନା ଯାଚନା ସାହାରା ଲାଠି ଲଗାମେ ବନ୍ଧା

ଭବିତ ଭବିତବ୍ୟ ଭରସା ଉମଙ୍ଗେ ମଙ୍ଗେ ଛନ୍ଦା ।

ଏତେ ସହଜ ନୁହଁ ଦାୟିତ୍ଵ ସମ୍ଭାଳିବା ପୁଅର

ଛୁଆ ବେଳର ହସଖୁସି ନିମିଷକେ ବାମ୍ଫର ଲହର ।୨


ଭାଇ ପରା ସୁରକ୍ଷା ପ୍ରହରୀ ପବିତ୍ର ସଂପର୍କ ଝରୀ

ରାକ୍ଷୀର ଡାହାଣ ମଣିବନ୍ଧ ପାଇଁ ରେଶମୀ ଡୋରୀ

ଖଇପୁଡ଼ାରେ ଆଠଦିନିଆରେ ଛାଇ ପରି ଦରବାରୀ

ରଜ-ସାବିତ୍ରୀ-ପ୍ରଥମାଷ୍ଟମୀ ଭାର-ବେଭାର ପଠେଇ ପଠେଇ ଖର୍ଚାନ୍ତ ଭାରି 

ଦାୟିତ୍ଵ-କର୍ତ୍ତବ୍ୟର ଶୃଙ୍ଖଳରେ ଅଧା ମରା

ପରଂପରା- ରୀତିନୀତି ଜୁଆଳିରେ କମର ଧରା

ଏତେ ସହଜ ନୁହଁ କାଂଧେଇବା ଭାଇର ଅଭିନୟ

କଡ଼ାଗଣ୍ଡାରେ ହେବ ହିଁ ଅନୁନୟ ବିନୟ ।୩


ସ୍ୱାମୀର ସଂଳାପ ନୁହଁ ବିଳାସୀ ଯୌବନର ଇସ୍ତାହାର

କ୍ଷଣିକ ଉନ୍ମାଦନା ସାଥିରେ ସଂଗ୍ରାମୀ ସଂଘର୍ଷର ମାନ୍ୟବର

ଜୀବନ ଜୀବିକା ପାଇଁ କେବେ ଦାଦନ ରାଜ୍ୟାନ୍ତର

ବିନ୍ଦି ମଙ୍ଗଳସୂତ୍ର ସିନ୍ଦୁର ବଳା ଚୁଡି ପାଉଁଜୀ ଅତର

ମରଦ ସହିଯାଏ ଦରଦ ଏକାନ୍ତରେ ଚୁପ୍ ଚାପ୍

ଅଳି ଅର୍ଦ୍ଦଳି କଳି ମଝିରେ ପ୍ରେମ କରେ ବେହିସାବ 

ଏତେ ସହଜ ନୁହଁ ମୁଣ୍ଢେଇବା ଗଣ୍ଠିଲି ଆର୍ଯ୍ୟପୁତ୍ରର 

ନିଶୂନ୍ ରାତିରେ ତକିଆ ହିଁ ମୂକସାକ୍ଷୀ ହଳାହଳର ।


ବାପା ହେବାର ସ୍ଵର୍ଗୀୟ ଅନୁଭବ ମିଳେଇ ଯାଏ କୁହୁଡି ଧାର

ହସ୍ପିଟାଲ ବିଲ୍‌ ଆଉ ସିଜରିୟାନ ଶ୍ରୀମତୀର ଖର୍ଚ୍ଚ ଅପାର

ଲାଳନ ପାଳନ ପଠନ ପାଠନ ପର୍ବ ଅସରନ୍ତି ଅସୁମାରୀ

ପିଲା ଝିଲା ବଂଧୁ କୁଟୁମ୍ବର ଦ୍ବାହି ମଝିରେ ଗାରେ ହସ ଆବୋରି

ରକ୍ତ ମାଂସର ମଣିଷକୁ ରାଗ ରୋଗ ବୈରାଗ୍ୟ ଘେରନ୍ତି ଭାରି

ସମସ୍ତଙ୍କୁ ଖୁସି କରିବାକୁ ଠିକା ନେଇଥିବା ଅଭିନୟ ଫିକା ଭିକାରୀ

ଏତେ ସହଜ ନୁହଁ ବାପାର ଅବତାରୀ ହେବ। ପାର୍ଟ କରିବା ଦିନୁ ଦିନ

କରି ଦେଖ ଥରେ ସଂଳାପ ବଦଳେ ଗାଳି କାହାଳି ଶବ୍ଦ ବୋମା ମନ ।୪


ଚାରିଦିନର ଜୀବନ ରଙ୍ଗମଞ୍ଚ ନିଖୁଣ ଅଭିନୟ ମାଗେ

ପୁଅ- ଭାଇ- ସ୍ୱାମୀର ମୁଖଟା ତଳେ ପୁରୁଷଟା ଦବିଯାଏ ଆଗେ

ଫର୍ଦ୍ଦ ଫର୍ଦ୍ଦ ଅଭାବୀ ଚିଠାର ପୂର୍ତ୍ତି କରୁ କରୁ ପାଚିଯାଏ ବାଳ

ଅକାଳେ ସକାଳେ ଯୌବନ ହୁଏ ପରାହତ ଦୋହଲେ ମୂଳ

ନିଜ ପାଇଁ ସମୟ କାହିଁ ଅଭିଶପ୍ତ ସନ୍ତାପିତ ପୁରୁଷ ଜାତି

ନୟନାଭିରାମ ପୁରୁଷୋତ୍ତମ ଆକାଶ କୁସୁମ କଦାପି କୁତ୍ରାପି ହାତଗଣତି।୫



Rate this content
Log in

Similar oriya poem from Tragedy