Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

3  

Manorama Mohanty

Abstract

ପ୍ରତ୍ୟୟ

ପ୍ରତ୍ୟୟ

1 min
255



   ଅନ୍ଧ ଗଳିରେ ହଜିଗଲା ପରେ 

ମେଞ୍ଚାଏ ଅନ୍ଧାର ହେଇ, 

  ପାଉନି ସେଦିନୁ ଖୋଜି ଆପଣାକୁ 

ଏବେ ବି ଖୋଜୁଛି ମୁହିଁ ।


   ମୁଁ କିଏ ପୁଣି କେଉଁଠୁ ଆସିଲି 

କେଉଁଠିକି ଯିବି ବୋଲି, 

    ଜାଣିବା ଆଗରୁ ଅନ୍ଧ ଗଳିରେ 

ଅନ୍ଧାର ହେଇଗଲି ।


 କିଏଦବ ଜାଳି ମୋମନ ଦୀପାଳି 

କହିଦବ ମୁଁ କିଏ, 

  ଧରି ମୋର ହାତ ବତାଇବ ବାଟ 

ଯଦି କେବେ ଭୁଲି ଯାଏ ।


  କିଏ ଦବ ମୋତେ ପରିଚୟମୋର 

ଅନ୍ଧାରୁ ସାଉଁଟି ନେଇ,

    ଭୁଲିଛି ଅତୀତ  ଭୁଲି ଅନାଗତ 

ନିଜକୁ ଖୋଜୁଛି ମୁହିଁ  ।


          


Rate this content
Log in

Similar oriya poem from Abstract