STORYMIRROR

Ashok Digal

Romance

2  

Ashok Digal

Romance

ପ୍ରଥମ ବର୍ଷା

ପ୍ରଥମ ବର୍ଷା

1 min
13.5K


ଗ୍ରୀଷ୍ମ ବୈଶାଖର ଅନ୍ତରାଳେ

ଆସିଲା ପ୍ରଥମ ବର୍ଷା ।

ଜମିଲା ପାଣିରେ ବଣୀ ପକ୍ଷୀଙ୍କ ଗାଧୁଆ ଦେଖି

ଆବେଗ ହେଲି ମୁଁ କହିବାକୁ ନାହିଁ ମୋ ଭାଷା ।।

ପ୍ରଚଣ୍ଡ ଉତ୍ତାପେ ଶିଝୁଥିଲା ଯେବେ

ଏଇ ଯେ ଜୀବଜଗତ ।

ଡହଳ ବିକଳ ତାପର ଜୀବନେ

ଢାଳିଲା ପ୍ରେମର ଶୀତ ।।

ନୂଆ ପତ୍ରଘାସ ଉଠିଲା ଏହି ପୃଥିବୀରେ,

ଗାଈଗୋରୁ ଛେଳି ଚରିଲେ ସେଥିରେ ।

ମନପୁରା ମହାଆନନ୍ଦରେ ।।

ପ୍ରଥମ ପ୍ରେମର ମିଠା ଯେ ଯେମିତି

ପ୍ରଥମ ବର୍ଷାର ବି ସେମିତି ।

ହଜିଲା ପ୍ରେମ ମିଳିଲା ଯେ ଆଜି

ସଭିଁଏ ପ୍ରାପିଲେ ଶାନ୍ତି ।।

ଥୁଣ୍ଟା ଗଛ ଲଣ୍ଡା ପରବତ

ଦିଶିଲା ସବୁଜ ସବୁଜ ।

ମାଟିଆ ରଙ୍ଗର ଧରଣୀଟା ଆଜି

ଦିଶୁଛି ଗୁଳ୍ମର ରାଇଜ ।।

ଗଛ ଛାଇରେ ଶୋଇଥିବା ଚାଷୀ

ଉଠିଲାଣିରେ ଏବେ ହସି ।

ଫଟା ଜମିକୁ ଶ୍ୟାମଳ କରିବ

ଦିନ ରାତି ତାକୁ ଚଷି ।।

ଶୁଖିଥିବା ଝରଟିରେ ଆଉ

ଫୁଟୁଛି ପାଣି ପାଣି ।

ଗୋରା ମୁହଁ ଆଉ କଳା ପଡି଼ବନିଲୋ ସୁନ୍ଦରୀ

ଓଢଣୀ ନୁହଁ କିଣ ଛତା ଘୋଡ଼ଣୀ ।।


ଅଶୋକ ଦିଗାଳ

ବାଲିଗୁଡା,୭୯୭୮୨୩୧୪୬୩


Rate this content
Log in

Similar oriya poem from Romance