STORYMIRROR

Manita Behera

Abstract

2  

Manita Behera

Abstract

ପ୍ରକୃତିର ସଂଦେଶ

ପ୍ରକୃତିର ସଂଦେଶ

1 min
129

ପରବତ କହେ

ମସ୍ତକ ଉଠାଇ

ରଖ ତୁମ ଉଚ୍ଚ ବିଚାର

ସାଗର କହୁଛି

ଲହଡ଼ି ଭାଙ୍ଗିକି

ହୃଦୟରୁ ହୁଅ ଗମ୍ଭୀର


ନଦୀ କହୁଥାଏ

ବହିଚାଲୁଥାଅ

ନ କରି ଯେ କୁଟକପଟ

ଅତିରିକ୍ତ ହେଲେ

ସଫା କରୁଥାଅ

ଦୁଇ କୂଳ ଛନ୍ଦକପଟ


ପୃଥିବୀ ଯେ କହେ

ଧର୍ଯ୍ୟ ହାର ନାହିଁ

କେତେ ହେଉ ମୁଣ୍ଡେ ଭାର

ଆକାଶଟା କହେ

ପ୍ରସାରିତ ହୁଅ

ସୁଗୁଣେ ଢାଙ୍କ ସଂସାର


ବୃକ୍ଷ କହୁଥାଏ

ଅଟଳ ମୋ ପରି

ଦାନ ଦେବା ତୁମେ ଶିଖ

ପ୍ରତି ବଦଳରେ

ଚାହଁନା ଫଳକୁ

ଦାନୀ ପ୍ରକୃତିଟା ରଖ


ଫୁଲ କହୁଥାଏ

ସୁଗନ୍ଧ ପରଶି

ପ୍ରଫୁଲ୍ଲିତ ମନେ ବିଚାର


କୋମଳତା ତୋର

ପ୍ରଦାନ କରିଲେ

ଜୀବନ ସାର୍ଥର ତୋହର


ନଷ୍ଟ ନ କରି ହେ

ପ୍ରକୃତିରୁ ଆମେ

କିଛି ଶିକ୍ଷା ନେବା ତାହାଠୁ


ମହାଗୁରୁ ଅଟେ

ପ୍ରକୃତି ଆମର

ଦୀକ୍ଷା ନିଅ ପ୍ରକୃତିଠୁ

କବୀ

ମନୀତା ବେହେରା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract