ପ୍ରିୟତମ
ପ୍ରିୟତମ


ତୁମେ ସାଗର ମୁଁ ଯେ ତୃଷ୍ଣା
ତୁମେ ପହିଲି ଆଷାଢ଼ ଭିଜା ଭିଜା ମାଟି ବାସ୍ନା ।
ମୁଁ ଯେ ଆସନ୍ନ ସଞ୍ଜର ଗୋଧୂଳି
ତୁମେ ମୋ ଶୀତୁଆ ସଞ୍ଜୁଆ ତାରା ।
ତୁମେ ମୋ ପହିଲି ପ୍ରୀତିର ଅସରା ଶ୍ରାବଣ ଧାରା
ତୁମେ ମୋ ମନ କୁଞ୍ଜର କୃଷ୍ଣ
ମୁଁ ଯେ ତୁମ ପ୍ରୀତିମୟୀ ରାଧା
ତୁମ ବିନା ମୋ ଜୀବନ ଅଧା ।
ତୁମେ ମୋ ମନର ସୀମାହୀନ ସାଗର
ମୁଁ ଯେ ତୁମ ଅମାନିଆଁ ଢେଉ
ତୁମେ ମୋ ପ୍ରିତୀ ପସରାର ଅସରନ୍ତି ମିଠା ମହୁ
ମୁଁ ଯେ ଶ୍ରାବଣ ତୁମେ ଧାରା ।
ତୁମେ ଶୀତ ସକାଳର ଉଷୁମ ନରମ ଖରା ।
ତୁମେ ମୋ ସୀମାହୀନ ଆକାଶର ଦୂର ଦିଗନ୍ତ ବଳୟ
ମୁଁ ତୁମ ମନ ମଇନାର ଆସକ୍ତଘନ ନୀଳୟ
ତୁମେ ମୋ ପୂଜାର ପବିତ୍ର ଚନ୍ଦନ କସ୍ତୁରୀ ।
ମୁଁ ତୁମ ପ୍ରୀତିର କୁହୁକ ମଣି
ହେ ପ୍ରିୟତମ ମୋ ମୋ ଜୀବନ ବିତିଯାଉ
ତୁମ ସ୍ମୃତି ଆଚରି।