STORYMIRROR

Tapaswini Rath

Romance

3  

Tapaswini Rath

Romance

ପ୍ରିୟତମ

ପ୍ରିୟତମ

1 min
12.3K

ତୁମେ ସାଗର ମୁଁ ଯେ ତୃଷ୍ଣା

ତୁମେ ପହିଲି ଆଷାଢ଼ ଭିଜା ଭିଜା ମାଟି ବାସ୍ନା ।

ମୁଁ ଯେ ଆସନ୍ନ ସଞ୍ଜର ଗୋଧୂଳି

ତୁମେ ମୋ ଶୀତୁଆ ସଞ୍ଜୁଆ ତାରା ।

ତୁମେ ମୋ ପହିଲି ପ୍ରୀତିର ଅସରା ଶ୍ରାବଣ ଧାରା

ତୁମେ ମୋ ମନ କୁଞ୍ଜର କୃଷ୍ଣ

ମୁଁ ଯେ ତୁମ ପ୍ରୀତିମୟୀ ରାଧା

ତୁମ ବିନା ମୋ ଜୀବନ ଅଧା ।

ତୁମେ ମୋ ମନର ସୀମାହୀନ ସାଗର

ମୁଁ ଯେ ତୁମ ଅମାନିଆଁ ଢେଉ

ତୁମେ ମୋ ପ୍ରିତୀ ପସରାର ଅସରନ୍ତି ମିଠା ମହୁ

ମୁଁ ଯେ ଶ୍ରାବଣ ତୁମେ ଧାରା ।

ତୁମେ ଶୀତ ସକାଳର ଉଷୁମ ନରମ ଖରା ।

ତୁମେ ମୋ ସୀମାହୀନ ଆକାଶର ଦୂର ଦିଗନ୍ତ ବଳୟ

ମୁଁ ତୁମ ମନ ମଇନାର ଆସକ୍ତଘନ ନୀଳୟ

ତୁମେ ମୋ ପୂଜାର ପବିତ୍ର ଚନ୍ଦନ କସ୍ତୁରୀ ।

ମୁଁ ତୁମ ପ୍ରୀତିର କୁହୁକ ମଣି

ହେ ପ୍ରିୟତମ ମୋ ମୋ ଜୀବନ ବିତିଯାଉ

ତୁମ ସ୍ମୃତି ଆଚରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tapaswini Rath

ରଜ

ରଜ

1 min ପଢ଼ନ୍ତୁ

ଉତ୍କଳ

ଉତ୍କଳ

1 min ପଢ଼ନ୍ତୁ

Similar oriya poem from Romance