ଉତ୍କଳ
ଉତ୍କଳ


ହେ ଉତ୍କଳ ତୁ ମୋ ଜନମ ଭୂଇଁ
ତୋ ନାମ ଶ୍ରଵଣେ ସ୍ମରଣେ
ମୋ ମନେ କେତେ ଆହ୍ଲାଦ ଉପୁଜଇଁ ।।
ଉତ୍କଳ ଗୌରବ ,ପାରଳା ଗଜପତିଙ୍କ
ପ୍ରତିବାଦେ ପାଇଲୁ ତୁ ସ୍ୱତନ୍ତ୍ରତା
ମୋ ଜୀବିତେ ତୋ ସନମାନେ
କେବେ ଆଣିବିନି କ୍ଷୁର୍ଣ୍ଣତା ।।
ତୋ ସଭ୍ୟତା ସଂସ୍କୃତି ଆହାଃ
କେଡ଼େ ଉଚ୍ଚକୋଟୀର
ସାରା ଵିଶ୍ୱରେ ନାହିଁ ତୋର ପଟ୍ଟାନ୍ତର ।।
କେତେ ମହାତ୍ମା ମହୀୟସୀଙ୍କୁ
ଜନମ ଦେଇଛୁ ତୁ କୋଳେ
ଆଜି ତୋ ଵିଜୟର ଵାନା ସାରା
ଵିଶ୍ୱରେ ଉଡାନ୍ତି ସ୍ୱୟଂ ଵାହୁ ବଳେ ।।
ତୋ ସମ୍ବଲପୁରୀ ଶାଢ଼ୀକୁ କଟକର କାମ ତାରକସି
ବ୍ରହ୍ମ ପୁରର ପାଟଲୁଗାକୁ ପିପିଲିର ଚାନ୍ଦୁଆ
ସାରା ବିଶ୍ୱଵାସୀଙ୍କୁ କରନ୍ତି କିମିଆଁ ।।
ତୋ ବରପୁତ୍ର ଶାରଳା ଦାସ ରଚିଲେ
ଵିଲଙ୍କା ରାମାୟଣ ଏବଂ ମହାଭାରତ
ନାହିଁ ପଟ୍ଟାନ୍ତର ଭକ୍ତି ରସେ ପୂର୍ଣ୍ଣ
ଵିପ୍ରକଵିଙ୍କ ଭାଗଵତ ।।
କେତେ କେଜାଣି ଅମୂଲ୍ୟ ଗ୍ରନ୍ଥ ସବୁ
ତୋ ଵରପୁତ୍ରମାନେ ତୋତେ ଦେଇଛନ୍ତି ଭେଟି
ଵିଶ୍ୱ ଇତିହାସେ ତୋ ନାମକୁ
ସ୍ୱର୍ଣ୍ଣାକ୍ଷରେ କରି ଲିପିବଦ୍ଧି ।।
ମହାନଦୀ, ବ୍ରାହ୍ମଣୀ,ଵୈତରଣୀ
ତୋ ପଦ ଧୌତ ନିମନ୍ତେ
ସଦା ତତ୍ପର ଏ କଲ୍ଲୋଳିନୀ ।।
ତତେ କରିବା ପାଇଁ ସୁଜଳା
ସଫଳା ଶସ୍ୟଶ୍ୟାମଳା
ତୋ ଵୁକୁ ଚିରି ସାଳନ୍ଦୀ
କୁଶଭଦ୍ରା ପ୍ରବାହିତା ।।
ତୋ ସୁରକ୍ଷା ପାଇଁ ହୁଏ ଜାଗ୍ରତ ପ୍ରହରୀ
ଦଣ୍ଡାୟମାନ ସଦାସର୍ବଦା ଦେଓମାଳୀ ।।
କାରୁକାର୍ଯ୍ୟପୂର୍ଣ୍ଣ ତୋ କୋଣାର୍କେ
ଅଂଶୁମାନ ତା ପ୍ରଥମ କିରଣ ଦିଏ ଢାଳି
ଯାହାକୁ ଦେଖିବା ପାଇଁ ଦେଶେ ଵିଦେଶୁ
ଲାଗେ ଜନଗହଳି ।।
ମଣ୍ଡା, ଆରିଷା,ପୋଡପିଠାକୁ ରସାବଳୀ
ଦହିବରା ,ପୁଟୁଳିପିଠାକୁ ସରୁଚକୁଳି
ଏମିତି ଛପନ ଭୋଗ ଖାଇ ଆନନ୍ଦେ
ମାରୁ ହାକୁଡି ।।
ଵାରମାସେ ତେର ପର୍ବ
ପାଳୁ କେତେ କଲ୍ଲୋଳେ
ହେ ଜନ୍ମଭୂମି ତୋ ପ୍ରିୟ
ସନ୍ତାନ ସନ୍ତତି ଆମ୍ଭେ
ଆଶ୍ରୟ ଦେ ତୋ ଵକ୍ଷସ୍ଥଳେ ।।
ହେ ଵିଶ୍ୱନିୟନ୍ତା କାଳିଆ ସାଆନ୍ତ
ଏତିକି ତୁ ଦେ ଆଶିର୍ବାଦ
ମୋ ଜନ୍ମଭୂମିକୁ ବିଶ୍ୱ ମାନଚିତ୍ରେ
ସ୍ଥାନ ଦେ ତୁ ସର୍ଵୋଚ୍ଚ ।।