STORYMIRROR

Tapaswini Rath

Others

4  

Tapaswini Rath

Others

ରଜ

ରଜ

1 min
23.5K


ପବିତ୍ର ଆଷାଢ଼ କୃଷ୍ଣ ପକ୍ଷେ 

ରଜ ପର୍ବ ଅବତରିଛି ଆଜି ଧରା ଵକ୍ଷେ ।। 


ଧରଣୀ ମାତା ହୋଇଛି ଆଜି ରଜସ୍ୱଳା 

ଆଷାଢ଼ର ଆଦ୍ୟ ଵର୍ଷାର ସ୍ପର୍ଶରେ ପ୍ରକୃତି 

           ଦିଶଇ ଶସ୍ୟଶ୍ୟାମଳା ।। 


ରଜ ପର୍ବ ପାଇଁ ଗାଁ ଭୂଇଁ ଆଜି ଉତ୍ସବ ମୁଖରିତ 

      ସର୍ଵ ହୃଦୟେ ଆଜି ଆନନ୍ଦ ଵିରାଜିତ ।। 


ହଳଦୀ, କୁଙ୍କୁମ,ଚନ୍ଦନେ ଆଜି ଵାଳିକେ ସୁସଜ୍ଜିତା 

        ରଜ ଦୋଳିରେ ବସି ମନ ଆନନ୍ଦିତା ।।

 

ପକ୍ୱ ଆମ୍ବ,ପଣସ,ସପୁରୀର ମିଠା ଵାସ୍ନାର

         ଆଘ୍ରାଣେ ଉଦର ହୁଏ ତୃପ୍ତି 

ଗୁଜୁରାତି ମିଶ୍ର ପୋଡପିଠା ଆଉ ରଜପାନ 

  ସେବନେ ମନେ ଭରିଯାଏ ଅପାର ଶାନ୍ତି ।। 


ଲୁଡୋ,ତାସ୍ ଖେଳର ଜମିଛି ଆସର 

 ଆଵାଳ ଵୃଦ୍ଧ ଵନିତା ଲିପ୍ତ ଏଥିରେ 

            ଭୁଲି ଆପଣା ପର ।। 


ନନା ସ୍ୱାଦିଷ୍ଟ ଵ୍ୟଞ୍ଜନ ମହକେ ପୂରି ଉଠୁଛି ପୂରପଲ୍ଲୀ

     ରଜ ପାଇଁ ଚଳ ଚଞ୍ଚଳ ଆଜି ସହର ଠୁ ପଲ୍ଲୀ ।। 


ମୌସୁମୀ ଗୋ ଏତେ ସହଳ କିମ୍ପା କଲ ଆଗମନ 

ତୁମ ସ୍ପର୍ଶରେ ଭିଜି ରଜକୁ କେମିତି କରିବୁ ପାଳନ ।। 


କରୋନା କମ୍ପନେ ସର୍ବେ ଥିଲୁ ଦୁଃଖିତ 

ରଜ ଗୋ ତୁମେ ଆସି ମନେ ଭରିଲ 

            ଅପାର ଆନନ୍ଦ ।। 

ଏଣୁ ତୁମ୍ଭକୁ ଅଶେଷ ଅଶେଷ ଧନ୍ୟବାଦ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tapaswini Rath

ରଜ

ରଜ

1 min ପଢ଼ନ୍ତୁ

ଉତ୍କଳ

ଉତ୍କଳ

1 min ପଢ଼ନ୍ତୁ