ପ୍ରେମର ପରିଭାଷା
ପ୍ରେମର ପରିଭାଷା
ପ୍ରେମ ଅଟେ ସମର୍ପିତ ଜୀବନର
ଏକ ଶୁଦ୍ଧ ପରିଭାଷା
ହୃଦୟର ଦଗ୍ଧ ଫୁଲବନ ପରେ
ଭରେ ଜୀଇଁବା ଲାଳସା ।।
ପ୍ରେମ ଯେ ଅଟଇ ହଳାହଳ ବିଷ
ପିଇଲେ ହୁଏ ପୀୟୁଷ
ପ୍ରିତୀର କାନନେ ମୋହର ସୁମନ
ଅନୁରାଗ ଭରା ଶୋଷ ।।
ପ୍ରେମ ପାଇଁ ଜନ ଅପବାଦ ସହେ
କିନ୍ତୁ ହୁଏନି ବିବସ
ନିନ୍ଦାର କଳଙ୍କ ଟୀକା ପିନ୍ଧି ସଦା
ଦେଇଥାଏ ତୃପ୍ତି ହସ ।।
ମନ ବୃନ୍ଦାବନେ ପ୍ରେମ ଜାଳିଥାଏ
ଆଶାର ସ୍ନିଗ୍ଧ ରାହାସ
ଜୀବନ ଯମୁନା ଜଳରେ ଆଞ୍ଜୁଳା
ଅମୃତ ବିନ୍ଦୁର ଆଶ ।।
ପ୍ରେମ ଭାବନା ଏକ ଅକ୍ଷୟ ସତ୍ତା
ଅନୁଭବେ ଥାଏ ମଗ୍ନ
ନିଃସ୍ବାର୍ଥ ଇଚ୍ଛାର ଭବ୍ୟ ଗନ୍ତାଘରେ
ଋତୁର ସପ୍ତମ ଲଗ୍ନ ।।
ଦୁଃଖର ଅତଳ ସାଗର ବେଳାରେ
ପ୍ରେମ ଆଶ୍ବାସନା ବିନ୍ଦୁ
ନିଃସର୍ତ୍ତ ଇଚ୍ଛାର କ୍ଷୁଦ୍ର ଇସ୍ତାହାରେ
ଛନ୍ଦିତ ମୋହର ସିନ୍ଧୁ ।।
L

