. ପ୍ରେମ
. ପ୍ରେମ
ଅଳକାପୁରୀ ର ବାଳିକାଟିଏ ସେ
ମାଳବିକା ତାର ନାମ
କରିଥିଲା ମନ ପ୍ରଥମ ଦେଖାରେ
ଶିଖିବାକୁ ନୂଆ ପ୍ରେମ
ଅଳସୀନିଦ ତା ଆଖିଇଶାରାରେ
ଚଇତି ସଞ୍ଜ ପରି
ଚୋରାହସରୁ ତାପ୍ରୀତିରପାଖୁଡା
ପଡୁଥିଲା ସତେ ଝରି
ସ୍ବପ୍ନ ସେଏକ ଫିକାଜୋଛନା ର
ମୁଁ ତ ମରୁଭୂମି ବାଲି
ଦେଇଥିଲାସିଏକେତେଯେମମତା
କ୍ଷଣେ ମୁଁ ପାରୁନି ଭୁଲି
କାହାଣୀଅନେକକହିଥିଲାମୋତେ
ଅର୍ଥ ଯାର ମୂଲ୍ୟ ହୀନ
ଜୀବନ ର ଯେତେପ୍ରତିଶୃତି ସେ ତ
ଛଳନା ର ଅନ୍ୟନାମ

