STORYMIRROR

Pratap Kishore Rout

Romance

3  

Pratap Kishore Rout

Romance

ପ୍ରେମ

ପ୍ରେମ

1 min
151



ପ୍ରେମ ଏକ ଅନାମିକା ନଈଟିଏ

ଛପି ଛପି ବହିଆସି ଭିଜେଇ ଦିଏ 

ହୃଦୟର ବେଳାଭୂମିକୁ

ସୁପ୍ତ ଶାମୁକାମାନେ ମୁଣ୍ଡ ଟେକନ୍ତି

ଆବେଗର ସମ୍ମୋହନରେ,


ପ୍ରେମ ଏକ ଅମାନିଆ ଋତୁଟିଏ

କେବେ ସାଜେ ଖିଆଲି ବସନ୍ତ 

ପୁଣିକେବେ ଶ୍ରାବଣ ର ଫୁଲେଇ ବର୍ଷା

ପୁଣି କେବେ ଶରତର ସବୁଜ ଓଢଣୀ,


ପ୍ରେମ ଏକ ଭାବନାର ଶ୍ରୀମନ୍ଦିର

ଯେଉଁଠି ଜନ୍ମନିଏ ପବିତ୍ରତାର ନହବତ

ଦୁଃଖ ବେଦନାକୁ ଜଳାଞ୍ଜଳି ଦେଇ

କିଣା ହୁଏ ଆଶୀର୍ବାଦର ମହମହ ବାସ୍ନା ,


ପ୍ରେମ ଏକ ଅଫୁରନ୍ତ ଅନୁଭବ

ଯେଉଁଠି ଦୁଇଟି ହୃଦୟର ଦରଜା 

ଖୋଲିଯାଏ ବିଶ୍ୱାସ ଓ ଭରଷାର ଚାବିରେ

ନଥାଏ ସନ୍ଦେହ ତିକ୍ତତାର ପ୍ରତିବନ୍ଧକ ,


ପ୍ରେମ ମଉଳା ମନର ସିକ୍ତ ଭାବନ୍ତର

ହରେଇ ପାଇବାର ସୂକ୍ଷ୍ମ ଅନୁଭୂତି

ଚିରନ୍ତନ ଆବଦ୍ଧତାର ନିର୍ମୋହ ପ୍ରତିଶ୍ରୁତି

ଏକ ପ୍ରାଣ ଏକ ଆତ୍ମାର ପ୍ରତିଶ୍ରୁତିବଦ୍ଧତା ,








Rate this content
Log in

Similar oriya poem from Romance