STORYMIRROR

Gangotri Priyadarshini

Abstract Romance Fantasy

3  

Gangotri Priyadarshini

Abstract Romance Fantasy

ପ୍ରେମ

ପ୍ରେମ

1 min
144


ପ୍ରେମକୁ ଅନୁଭବି ଟିଏ ଜାଣେ

କେହି ଖାସ ଯେବେ ହୃଦୟକୁ ଛୁଇଁ ଯାଏ

ସେ କଥା ସବୁ ଭଲ ଲାଗେ

ଯେବେ ମନ ମଣିଷ ଭାବି ଆଖି ଲାଜେଇ ଯାଏ ।


ହୃଦୟ ବୀଣା ର ତନ୍ତ୍ରୀ ଯେବେ 

ନୂଆ ପ୍ରଣୟ ବଲ୍ଲରୀ ଗାଏ

ଲାଗେ ପ୍ରେମ ଛୁଇଁ ଦେଇ ଯାଏ

ମନ ଗଗନରେ ରଙ୍ଗ ଅସୁମାରୀ 

ବିନା ଫଗୁଣେ ବରଷି ଯାଏ

ପ୍ରେମକୁ ଅନୁଭବି ଟିଏ ଜାଣେ

ଅଜଣା ଅଦେଖା ମଣିଷ ଅଚାନକ ମନ କିଣେ ।


ମୃଦୁ ମଳୟର ମୋହିନୀ ପରଶେ

ବିଜୁଳି ଚମକ ଦେହରେ ସତେକି ଧାଏଁ

ସାରା ଦୁନିଆ ଟା ସତେ ଯେମିତି ନିଜର ହୁଏ

କେବେ ପୂର୍ଣ୍ଣତା କେବେ ଶୂନ୍ୟତା

ପ୍ରାପ୍ତି ଅପ୍ରାପ୍ତିରେ ସ୍ମୃତି ସାଜି ଯାଏ

କେହି ଯେବେ ହସେ ପ୍ରେମ ପାଗେଳି କି ସେ

କେହି ଯେବେ ଝୁରି ଝୁରି ବଞ୍ଚୁ ଥାଏ ।


ପ୍ରେମ ଅନୁଭବି ଟିଏ ଜାଣେ

ଅସୁମାରୀ ବ୍ୟଥା ହୃଦୟେ ସାଇତା

କାହା ଆଗରେ କି ପ୍ରକାଶି ହୁଏ

ପ୍ରେମ ଭୋଗେ ଯିଏ ସିଏ କିବା କୁହେ

ପ୍ରେମ ହାତରେ ଚନ୍ଦ୍ରମା ପରାଏ  ।


ଆଖି ଖୋଜି ଖୋଜି ଚାତକ ସାଜଇ

ହୃଦୟ ନୀରବେ ଅଧିର ଆସନ ସଜଉ ଥାଏ

ଅନୁଭବି ଟିଏ କୁହେ

ପ୍ରେମ ପାଇବା ସହଜ କଥାଟେ ନୁହେଁ

କେତେ ଯୋଗ ଭୋଗେ ପରମ ସୌଭାଗେ

ପ୍ରେମ ସ୍ମୃତି ଟିଏ ସାଜି ହୃଦୟେ ବିରାଜି

ଅମରତ୍ଵ ର ଦ୍ୱାହି ଦେଇ ବଞ୍ଚି ଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract