STORYMIRROR

Dharitri Das

Comedy Romance

3  

Dharitri Das

Comedy Romance

ପ୍ରେମ

ପ୍ରେମ

1 min
324

ସକଳେ ବୋଲନ୍ତି 'ପ୍ରେମ' 'ପ୍ରେମ' ବୋଲି

   ସେ ପ୍ରେମରେ ମୂଲ୍ୟ ନାହିଁ

ପ୍ରେମିକାର ମୁଖୁ 'ପ୍ରେମ' ଶବ୍ଦ ଶୁଣି

    ଭାରି ମିଠା ଲାଗୁ ଥାଇ।


ପ୍ରେମିକ ବାପୁଡ଼ା ଚାହିଁ ରହିଥାଏ

    କେବେ ଆସିବ ସେଦିନ

ପ୍ରେମିକା ତାହାର ପ୍ରେମ କରେ ବୋଲି

    କହିଦେବ ଖୋଲି ମନ।


ଶୁଣିଲେ ସେକଥା ଭାବି ନେବ ସିନା

    ଅମର ପ୍ରେମଟି ସେଇ

ତାହାର ସୁରକ୍ଷା    କରିବଟି ସିଏ

    ତାପାଇଁ ଜୀବନ ଦେଇ।


ଦିବସ ରଜନୀ ତାର କଥା ଭାବି

    ଖୁସିରେ ପାଗଳ ହୁଏ

ବିରହ ଯନ୍ତ୍ରଣା ସହି ପାରେ ନାହିଁ

     କାହାକୁ କହିବ ସିଏ।


ଫୋନରେ ମେସେଜ ଦେଇ ଦେଇ ଥରେ

     ଉତ୍ତର ପାଇବା ଆଶେ

ଚାତକ ପରାଏ  ଚାହିଁ ରହି ଥାଏ

     ଘରର ଅର୍ଗଳି ପାଶେ।


ଅପେକ୍ଷାର ଅନ୍ତ  ଘଟିବ ସେଦିନ

    ବିବାହ ଯେଦିନ ହେବ

ପ୍ରେମଟି ତାହାର ଫଳ ପ୍ରଦ ହୋଇ

    ସୁଫଳ ଦାନ କରିବ।


ପ୍ରେମିକ ପ୍ରେମିକା ଦୁହିଁଙ୍କର ଯେବେ

     ମିଳନ ତ ହୋଇ ଥାଇ

ଅମୃତ ବର୍ଷିବ   ଜୀବନରେ ତାଙ୍କ।

      ଭାବନା ଯିବ ଦୁରେଇ।


ପ୍ରେମରେ ବିଶ୍ୱାସ ଦୃଢ଼ ଯେବେ ଥିବ

   ବିବାହ ନହେଉ ପଛେ

ବାନ୍ଧି ହୋଇ ରହେ ସଦା ସରବଦା

    ପ୍ରେମ ରୂପି ବଡ଼ ଗଛେ।


     


     






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy