STORYMIRROR

Jagannath Sahoo

Romance Tragedy

2  

Jagannath Sahoo

Romance Tragedy

ପ୍ରେମ ସପ୍ତାହ

ପ୍ରେମ ସପ୍ତାହ

1 min
272


ପାଗେଳୀ ଲୋ ମୋ ଧନ ଲୋ

ଏଇ ଥରକ ଟିକେ ସହିଯିବୁ

ଆର ବର୍ଷ ଫେବୃୟାରୀ ଚଉଦକୁ

ଚାକିରୀଟା ପକା ଜାଣିବୁ ।

ବାରମ୍ବାର କହୁ ମୋତେ

ମୋତେ ଦେଇ ପାରିବୁ କଣ

ତୋର ମାସକ ନିଜ ଖର୍ଚ୍ଚକୁ

ମୋର ଯୋଗ୍ୟତା ନାହିଁ ଜାଣ ।

ତୋର ପାଇଁ ରାଜଧାନୀରେ

ଖବରକାଗଜ ବିକିଲି

ମିଛ ସତ କହି ବୋଉକୁ

ତତେ ନେଇ ତାର ଗହଣା ଦେଲି ।

ପୁଣି ସାଙ୍ଗ ମାନଙ୍କୁ ଧରି ଆସିଲୁ

ତାଙ୍କୁ ନେଇ ଜନ୍ମଦିନ ପାଳିଲେ

ବର୍ଷକୁ ତୋର ଦୁଇ କି ଚାରି ଥର

ଜନ୍ମଦିନ ମନାଇଲେ ।

ଫେର ଗଲା ପ୍ରେମଦିବସରେ

ବଡ଼ ହୋଟେଲ ଗଲେ ଯେ

କଣ ଗୁରେ ମଗେଇଲୁ

ନାଁକୁ ଖାଇଲୁ ବେଶି ଫୋପାଡିଲୁ ।

ଏତେଗୁଡାଏ ସବୁ ଘଟିଗଲା ପରେ

ମୋ ସାଙ୍ଗ ଗୁଡାକ ମୋତେ ରାଗିଲେ ଲୋ

ମୁଁ କିନ୍ତୁ ଛାଡ଼ିନି ଭଲକି କହିଛି

ସହି ପାରୁନ ମୋତେ ଆଉ ମୋର ଗେଲୁକୁ ।

ତତେ ହୃଦୟ ଦେଇ

କଣ ଭୁଲ କରିଛି ଜାଣିନି

କିନ୍ତୁ କବିତା ଲେଖି ପାରୁଛି

ଏକଥା ଜମା ଭୁଲୁନି ।

ହଁ କବିତା କଥାରୁ ମନେପଡ଼ିଲା

ମୁଁ କେତେ ଲେଖା ତତେ ଦିଏ

ତୁ ପଡ଼ିଛୁ କି ନାଁ ଜାଣିନି

ହେଲେ ତୁ ଉତ୍ତର ଦେଇଥିବା କଥାକୁ

ବ୍ଲଡିଫୁଲ ନନସେନ୍ସକୁ ଭୁଲିନି ।

ତୁ ଯେତେଥର ଯାହା କହ

ମୁଁ ଭଲପାଇବି ମୋ ହୃଦୟର

ଯେ ପର୍ଯ୍ୟନ୍ତ ତୁ ବାହା ନହୋଇଛୁ

ପ୍ରତି ପ୍ରେମ ସପ୍ତାହରେ ଲେଖିବି ଏମିତି ବାରମ୍ବାର ।

ଜଗନ


Rate this content
Log in

Similar oriya poem from Romance