STORYMIRROR

Jagannath Sahoo

Others

3  

Jagannath Sahoo

Others

ଓଡିଶା ଏବେ କେଉଁଠି

ଓଡିଶା ଏବେ କେଉଁଠି

1 min
713



କେଉଁଠି ବିକାଶ କେଉଁଠି ପ୍ରଗତି

ମୋତେ କାହିଁ ଜମା ଦିଶୁନି

ଅସି ଦଶକ ରେ ଜେଜେ ଦାଦନ ଶ୍ରମିକ

ଆଜି ପୁଅମୋ ବୁଲିକି ବିକୁଛି ଖଇନି


ପଥର ଖସିଲା ବଡ ଦେଉଳ ରୁ

ସିନେମା ହେଲାଣି ପୁରୁଣା

ବାରବାର କିନ୍ତୁ ପଥର ଖସୁଛି

କାହାକୁ ବା ଏଠି ଅଜଣା


ହଁ ବସନ୍ତ ରୋଗ ଟା ନିପାତ ହେଇଛି

ମନକୁ ଟିକିଏ ବୁଝେଇ ଦେବା

ବିଦେଶୀ ରୋଗରେ ନିଇତି ମରୁଛୁ

କାହା ଆଗେ ଯାଇ ଆଉ କହିବା


ଖାଇ ଖାଇ ଆମେ କେବେଠୁ କୋଢିଆ

ଏହି ଅପମାନ ଏବେ ବି ମିଳେ

ବିକାଶ ର ସଂଜ୍ଞା କେବେ ଯେ ବୁଝିବା

ବୁଝିଲା ଲୋକତ ଦଣ୍ଡି ରେ ମାରେ


କକା ଯାଇଥିଲା କିଡୀନି ବ୍ୟାଧିରେ

ସୋଶୁଥିଲା ସେଇ ନାଲିଆ ପାଣି

ଭେଣ୍ଡା ଟୋକା ଗୁଡା ଏବେ ବି ଶୋଷନ୍ତି

ବିଦେଶୀ ରୂପକ ରଙ୍କ ତୋରାଣି


ତଥାପି ଓଡିଶା ଆଜିବି ଖୋଜୁଛି

ବିକାଶ ର ସେଇ ଗୁମର କଥା

କେଜାଣି କେବେ ସେ ମିଳିବ କି ନାହିଁ

ଜଗନ୍ନାଥ ତୁମେ ସାହା ଭରଷା


@ଜଗନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍