STORYMIRROR

Jagannath Sahoo

Others

3  

Jagannath Sahoo

Others

ମୁଁ ଶୀତ

ମୁଁ ଶୀତ

1 min
385




ମୁଁ ସେଇ ଶୀତ

ଯିଏ ଆସେ ମହା କାର୍ତ୍ତିକ ରେ

ବୁଲି ଫେରି ଯାଏ

ମୁଁ ଫାଲୁଗୁନ ଅନ୍ତରେ


କାକର କୁହୁଡି ମୋ

ବନ୍ଧୁ ସହଚର

ମନ ମୋହେ ତିକ୍ତତା ରେ

ଜାଡୁଆ ସକାଳ


କିଏ କହେ ଆହାଃ ମତେ

କିଏ ଚିଡି ମିଡି

ତଥାପି ମୋ ଶୂନ୍ୟତା ରେ

କଷ୍ଟ ଆସେ ମାଡି


ମୁଁ ଅଛି କେଉଁଦିନୁ

ଥିବି ରହିଥିବି

ମୃତ୍ୟୁ ନାହିଁ ମୋର

ଥିବା ଯାଏ ଏ ପୃଥିବୀ


ମୁଁ ସେହି ଶୀତ

ଯିଏ କ୍ଷଣେ ଅନୁଭବି

ଖୋଜୁଥାଏ ହେଜୁଥାଏ ସେ

ଅହରହ ଭାବି ଭାବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍