Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ପ୍ରେମ ପରୀକ୍ଷା

ପ୍ରେମ ପରୀକ୍ଷା

1 min
219



ମିଛ ମାୟା ଏଇ ସଂସାର ବୁକୁରେ

ତିଷ୍ଠିବାଟା କଷ୍ଟସାଧ୍ୟ

ଜୀବନଟା ସିନା ଜଳି ପୋଡ଼ି ବଞ୍ଚେ

ହୃଦୟକୁ କରେ ବଧ ।

ପରିସ୍ଥିତି ଚାପେ କେତେ ଯେ ସପନ

ହରେଇ ଦେବାକୁ ହୁଏ

ବଜ୍ରପାତ ସମ ମାନସେ ଆଘାତ

ନିରୁପାୟ ହୋଇ ବୁହେ ।

ଏହି ରୂପେ ପ୍ରେମ ଯାଏ ଅପସରି

ବିଶ୍ଵାସ ନଥିଲେ ମନେ

ଜିତିବା ପୂର୍ବରୁ ହାରି ଯାଏ ଜଗେ

ବୋଳି ଲଜ୍ୟା ଅପମାନେ ।

ଶୁଷ୍କ ଦିଶୁ ଥାଏ ବଦନ ମଣ୍ଡଳ

ଯେହ୍ନେ ଅମା ଅନ୍ଧକାର

ତହିଁରେ କି ଚଢେ କୁସୁମ ବଲ୍ଲରୀ

କରିବାକୁ ଗଳା ହାର ।

ଅନେକ ଆକାଂକ୍ଷା ଲୋତକେ ଗୋପନ

ହୁଏ ନାହିଁ ବିକଶିତ

ପରିଚୟ ହୀନ ଯଦି ହୁଏ ପ୍ରେମ

ଝରାଏ ଶୋକର ସ୍ରୋତ ।

କେବେ ପୁଣି ପ୍ରେମ ଉତ୍ସର୍ଗେ ଆନନ୍ଦ

ବନ୍ଧୁ ହିତ ପ୍ରକାଶିତ

ମନ ପ୍ରାଣ ଗର୍ବ ଚିରକାଳ ହୁଏ

ଜୀବନଟା କୃତ୍ୟ କୃତ୍ୟ ।

ଦାନ ଗ୍ରହଣରେ ଖୁସି ରୁହେ ନାହିଁ

ଦାନ ତୋଳିବାରେ ସୁଖ

ଯେହ୍ନେ ସ୍ନେହ ପ୍ରେମ ବାଣ୍ଟିବା ରେ ଖୁସି

ହରାଇ ନହୁଅ ଦୁଃଖ ।



Rate this content
Log in

Similar oriya poem from Romance