Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ପ୍ରେମ ବିଡମ୍ବନା

ପ୍ରେମ ବିଡମ୍ବନା

1 min
133


ପ୍ରେମ ପରା ସୀମାହୀନ ଦିଶାହୀନ ସାଗର

ପୁଣି ଆଞ୍ଜୁଳାଏ ପ୍ରେମ 

ପୁଣି କାଣିଚାଏ ପ୍ରେମ

ପୁଣି ପାପୁଲିଏ ପ୍ରେମ କ'ଣ ?


ପ୍ରେମ ପରା ଅସରନ୍ତି ନିଳିଆ ଅମ୍ବର

ପୁଣି ପାଛିଆ ଭର୍ତ୍ତି ପ୍ରେମ

ପୁଣି ଗଉଣି ପୂର୍ତ୍ତି ପ୍ରେମ

ପୁଣି ଗାଗରାଭରା ପ୍ରେମ କ'ଣ ?


ପ୍ରେମ ପରା ଅନ୍ଧ ସମର୍ପଣ ହୃଦୟର

ପୁଣି ସର୍ତ୍ତହୀନ ପ୍ରେମ

ପୁଣି ନିଃସର୍ତ୍ତ ପ୍ରେମ

ପୁଣି ସର୍ତ୍ତମୂଳକ ପ୍ରେମ କ'ଣ ?


ପ୍ରେମ ପରା ତ୍ୟାଗ ତିତିକ୍ଷାର ଗନ୍ତାଘର

ପୁଣି କାମନା ଜର୍ଜରିତ ପ୍ରେମ

ପୁଣି ବାସନା ମର୍ମରିତ ପ୍ରେମ

ପୁଣି ରସନା ଅଙ୍କୁରିତ ପ୍ରେମ କ'ଣ ?


ପ୍ରେମ ପରା ଦିବ୍ୟ ଶାଶ୍ଵତ ନିର୍ଝର

ପୁଣି ପଙ୍କିଳ ଆବିଳ ପ୍ରେମ

ପୁଣି ଛବିଳ ପ୍ରଶ୍ନିଳ ପ୍ରେମ

ପୁଣି ପିଚ୍ଛିଳ କଙ୍କରିଳ ପ୍ରେମ କ'ଣ ?


ପ୍ରେମ ପରା ଈଶ୍ଵରୀୟ କୁହୁକ ମହ୍ଲାର

ପୁଣି ଦେହଜ ବିଡିଆ ପ୍ରେମ

ପୁଣି ଶାରୀରିକ ରସିକିଆ ପ୍ରେମ

ପୁଣି କୁକୁରିଆ-ବିରାଡିଆ ପ୍ରେମ କ'ଣ ?


ପ୍ରେମ ପରା ଅପେକ୍ଷା ପ୍ରତୀକ୍ଷାର ଅନ୍ତଃସ୍ଵର

ପୁଣି ପ୍ରତାରଣା ବାଟବଣା ପ୍ରେମ

ପୁଣି ଅନ୍ୟ ନୀଡ଼ ଖୋଜା-ଗଣା ପ୍ରେମ

ପୁଣି ଛାଡ଼ପତ୍ର କଳି-ହଣା ପ୍ରେମ କ'ଣ ?


ପ୍ରେମ ପରା ମନ-ଆତ୍ମାର ମିଳନ ମନ୍ଦିର

ପୁଣି ପଥହୁଡ଼ା ଯାଯାବର ପ୍ରେମ

ପୁଣି ମଦିରା ସେବନଶ୍ଵର ଯେମ

ପୁଣି ଚିରକୁମାର ଏକେଶ୍ଵର ପ୍ରେମ କ'ଣ ?


ପ୍ରେମ ପରା ଆୟତ୍ତ ଆଖିର ଅକୁଲା ଭାଷା

ଗୁଣୁ ଗୁଣୁ ଶୁଭୁଥିବ ରଙ୍ଗରାସ 

ଝୁଣୁ ଝୁଣୁ ବାଜୁଥିବ ଖୁସିହସ

ଆଡ଼ରୁଷା ଅଭିମାନ ପରା ନବ ପ୍ରଲେପ

ମାନଭଞ୍ଜନ ପାଇଁ ନିତି ସରସ ପ୍ରୟାସ 


ଏ ସବୁର ଅଭାବ ସ୍ଵଭାବ ଅଭିଯୋଗ 

ପ୍ରେମିକ-ପ୍ରେମିକା ପ୍ରେମଭଟ୍ଟା ସୁଯୋଗ

ସବୁ ଲାଗେ ପିତା କଷା ଖଟ୍ଟା ରାଗ

ବୋଧହୁଏ ପ୍ରେମ ବିଡମ୍ବନା ବାଗ 

ଲାଗୁଛି ଅନ୍ଧାରୀ ଜୀବନ ବିରାଗ ।



Rate this content
Log in

Similar oriya poem from Tragedy