STORYMIRROR

Panchanan Jena

Children

3  

Panchanan Jena

Children

ପ୍ରଭାତ

ପ୍ରଭାତ

1 min
192


ସିନ୍ଦୂରା ଫାଟିଲେ ପ୍ରାଚୀ ପ୍ରଦେଶେ

 ନବୀନ ପ୍ରଭାତ ଆସେ ହରସେ ।୧


ସ୍ଵାଗତ ମୁଦ୍ରାରେ ଫୁଲଫଳ ବଳୟ

ସୌରଭ ବୋହିନିଏ ମୃଦୁ ମଳୟ । ୨


ବିହଙ୍ଗମ କଳରବ ଶୁଭ ମହୁରୀ

ନିଦ୍ରାଦେବୀ କୋଳ ଛାଡ଼େ ସର୍ବରୀ ।୩


ମନ୍ଦିରେ ଘଣ୍ଟ ଘଣ୍ଟା ନିନାଦିତ ଶୁଭେ

ଶୁଭ ପ୍ରଭାତର ଆଗମନୀ ଗୁଞ୍ଜେ ନଭେ ।୪


ସୌରରଶ୍ମି ଆଣେ ଆଲୋକ ଧାରା

ଅନ୍ଧାର ଅପସରି ଧାଏଁ ଜାକି ପସରା ।୫


ଆକାଶ କପାଳେ ଦିଶେ ନାଲିଆ ଟିକିଲି

ବିଭୁମୟ ଅମୃତମୟ ପ୍ରଭା ଝରେ ଝିଲିମିଲି ।୬


ହେ କରୁଣାସିନ୍ଧୁ ଜଗତବନ୍ଧୁ ଦଇତାରୀ

ସକଳ ପ୍ରାଣରେ ଭରିଦିଅ କରୁଣା ବାରି ।୭


ବିଭୁ ନାମ ସ୍ମରି ମଙ୍ଗଳ ପ୍ରଭାତେ ଜୁହାରୀ

ଜ୍ଞାନ ଆହରିବା ଆସ ନବ ପ୍ରଭାତେ ଚକାପାରି ।୮



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children