ପିତା
ପିତା


ସନ୍ତାନକୁ ନାଲିଆଖି ଦେଖାଇ ଆକଟ
କରୁଥିବା, ସେଇ ଆକଟ ଭିତରେ ସନ୍ତାନର
ଶୁଭ ମନାସୁଥିବା ବ୍ୟକ୍ତିହିଁ ପିତା
ପର୍ବ ପର୍ବାଣିରେ ସମସ୍ତ ପରିବାରକୁ ନୂତନ
ବସ୍ତ୍ରରେ ସଜାଇ,ନିଜେ ପୁରୁଣା ବସ୍ତ୍ରରେ ଦିନ
ବିତାଉଥିବା ବ୍ୟକ୍ତିହିଁ ପିତା ।
ହୃଦୟର ପୀଡାକୁ ଚାପିରଖି ଓଠରେ
ଯିଏ ସ୍ମିତହାସ୍ୟ ଟାଣେ ସେ ହିଁ ପିତା
ନିଜର ଆବଶ୍ୟକତାକୁ ଭୂଲି ଯିଏ ସନ୍ତାନର
ଖୁସିକୁ ସର୍ବୋପରି ଦେଖେ, ସେହିଁ ପିତା
ନିଜର ସ୍ବପ୍ନକୁ ଭୂଲି ସନ୍ତାନର ସ୍ୱପ୍ନରେ ଯେ
ଜିଁଏ ସେହିଁ ପିତା ।
ସନ୍ତାନ ପାଇଁ ରାଜ ଉଆସ ତିଆରି କରି
ବୃଦ୍ଧାଶ୍ରମରେ ଯିଏ ସନ୍ତାନ ପାଇଁ ଶୁଭ ମନାସେ
ସେହିଁ ପିତା
ପିତାର ହୃଦୟ ସାଗରଠୁ ଗଭୀର ଓ ବିଶାଳ
ପିତାର ଭାବନା ଆକାଶଠୁ ପ୍ରଶସ୍ତ
ତାର ରୁଗ୍ଣ ଶରୀରରେ ଥାଏ
ଅସୀମ ସାହସ ଓ ଧର୍ଯ୍ୟ
ପିତା, ଏକ ଶବ୍ଦ କିମ୍ବା ସମ୍ପର୍କ ନୁହେଁ
ପିତା ହିଁ ସ୍ୱର୍ଗ, ପିତା ହିଁ ଧର୍ମ
ପିତାହିଁ ପରମ ତପ
ପିତା ବିନା ମୁକ୍ତି ନାହିଁ ।