STORYMIRROR

Pramit Mohapatra

Comedy Others

3  

Pramit Mohapatra

Comedy Others

ଫଗୁଣ

ଫଗୁଣ

1 min
13.4K


ରଙ୍ଗର ଫଗୁଣ ରଙ୍ଗ ମୟ ହୋଇ

ବରଷକେ ଆସେ ଥରେ,

ଭୁଲି ରାଗ-ରୋଷ, ଶତ୍ରୁ ହୁଏ ମିତ୍ର

ମନ ନାଚେ ଆନନ୍ଦରେ।

ରଙ୍ଗାଇ ସହର ଦିନଟିର ଖୁସି,

ଦୋହଲାଇ ତନୁ ମନ,

ବୟସରେ ବୃଦ୍ଧ, ତଥାପି ଯେ କ୍ଷଣେ

ଜାଗେରେ ନବଯୌବନ।

ଛିଡ଼ି ଯାଇଥାଏ ବୟସର ଡୋର

ଦେଖି ଏଇ ଫଗୁ ରଙ୍ଗ,

ପିଲାଙ୍କ ପରାଏ ନାଚେ ମନ ମୋର

ଅମାପ ସେଇ ଆବେଗ।

ବେରଙ୍ଗ ମୋହର ସାତ ଗୋଟି ରଙ୍ଗ

ତୁମ ବିନା ଆଜି ସାଥୀ,

ଏଇ ଦିନେ ଆଜି ବେଶ୍ ମନେ ପଡ଼େ

ପୁରୁଣା ସେ ପ୍ରେମ ଗୀତି।

ଥିଲା ଅବା ପ୍ରେମ, ଅବା ସେ ଛଳନା,

ଥିଲ ଯେ ମୋର ପ୍ରେମିକା,

ଅସମୟେ ଗଲ ଆରପାରି ତୁମେ

ଛାଡ଼ି ଦେଇ ମୋତେ ଏକା।

ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in

Similar oriya poem from Comedy