Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit raut

Abstract Classics

4.3  

Ajit raut

Abstract Classics

ପବିତ୍ରତା ର ଗନ୍ଧ

ପବିତ୍ରତା ର ଗନ୍ଧ

1 min
241



ଏତେ ବର୍ଷପରେ ପବିତ୍ରତା ଗନ୍ଧ 

ସୁଶୋଭିତ ଦେଶ ମଧ୍ୟେ

ପବିତ୍ର ମଳୟ ଆବିର୍ଭାବ ହୁଏ

ଧାର୍ମିକ ଦେଶର ମଧ୍ୟେ।୧।

କୄଷ୍ଣ ରାମ ନାମ ଅଙ୍କୁରିତ ହୁଏ

ପବିତ୍ର ଧରଣୀ ମଧ୍ୟେ

ପ୍ରଭୁଙ୍କର ଭକ୍ତି ବିରାଜିତ ହୁଏ

ଦେଶ ଜନଙ୍କର ମଧ୍ୟେ।୨।

ମୁଢ଼ ରୀତିନୀତି ବିସର୍ଜନ ହୁଏ

ଏବେ ଦେଶର ମଧ୍ୟେ

ଆତ୍ମନିର୍ଭରର ଉଜ୍ଜ୍ୱଳ ଭବିଷ୍ୟ

ନୀତି ହୁଏ ଦେଶ ମଧ୍ୟେ।୩।

ନୂଆ ଭାରତର ନୂତନ କଳ୍ପନା

ସାକାର ହେଉଛି ଏବେ

ବିଶ୍ବ ଗୁରୁ ହେବ ପ୍ରତିଜ୍ଞା କରିଛି

ହାତକୁ ଆସିଛି ଏବେ।୪।

ଦୀର୍ଘ ବର୍ଷ ସ୍ବପ୍ନ ପୂରଣ ହେଉଛି

ରାମରାଜ୍ୟ ପରି ଦିଶେ

ଭକ୍ତଙ୍କର ଭକ୍ତି ସାର୍ଥକ ହୋଇଛି

ଶ୍ରୀରାମ ମନ୍ଦିର ଦିଶେ।୫।

ବିନା ଭ୍ରଷ୍ଟାଚାରେ ଗରିବଙ୍କ ପ୍ରାପ୍ୟ

ମିଳୁ ଅଛି ନିତି ନିତି

ଏପରି ହୋଇଛି ଆଧୁନିକ ଯନ୍ତ୍ର

ଖାତାରେ ମିଳୁଛି ପ୍ରାପ୍ତି।୬।

ସବୁ କ୍ଷେତ୍ର ଆଜି ସୁସଜ୍ଜିତ ହୁଏ

ଆତ୍ମବିଶ୍ବାସରେ ପୂର୍ଣ୍ଣ

କରୋନାର ଟିକା ଗୌରବ ଆଣିଛି

ବିଶ୍ବ କରେ ଗୁଣଗାନ।୭।

ଜଗନ୍ନାଥ ନାମ ଗୁଞ୍ଜୁ ଅଛି ଦେଶେ

ଗୁଞ୍ଜୁ ଅଛି କୄଷ୍ଣ ରାମ

ସନାତନ ଧର୍ମ ଗୁଞ୍ଜି ଉଠୁଅଛି

ପ୍ରେମ ଭକ୍ତିର ହିଁ କର୍ମ।୮।

ପୌରାଣିକ ଗାଥା ଗତିମାନ ହୁଏ

ପ୍ରଭୁ ସେବା ହୁଏ ନିତି

ରାମରାଜ୍ୟ ପରି ଶାସନ ହୁଅଇ

ଦେଖୁଛନ୍ତି ଜନ ନିତି।୯।

ଏତେ ବର୍ଷପରେ ପବିତ୍ରତା ଗନ୍ଧ

ସୁଶୋଭିତ ଦେଶ ମଧ୍ୟେ

ପବିତ୍ର ମଳୟ ଆବିର୍ଭାବ ହୁଏ

ଧାର୍ମିକ ଦେଶର ମଧ୍ୟେ।୧୦।



Rate this content
Log in

Similar oriya poem from Abstract