ନିତ୍ୟ ବୈକୁଣ୍ଠ
ନିତ୍ୟ ବୈକୁଣ୍ଠ
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,
ଯହିଁ ଥାଏ ସ୍ନେହ,ଶ୍ରଦ୍ଧା,ଭକ୍ତି,ନିରନ୍ତର ।।
ଗୁରୁଜନେ ଭକ୍ତି ପୁଣି ଲଘୁଜନେ ସ୍ନେହ,
ସକଳ ସମାନ ଦେଖୁଥାଏ ଯା ହୃଦୟ ।।
ପର ଆପଣାର ଭାବ ନ ଥାଏ ଯା ମନେ ,
ସବୁଠାରେ ଦେଖୁଥାଏ ପରମାତ୍ମା ଜଣେ ।।
ଜୀବଠାରେ ଦୟା ଭାବ ଇଶ୍ୱରଙ୍କୁ ଭକ୍ତି ,
ପାଗଳ,ଅକ୍ଷମ,ବୃଦ୍ଧ, ଯେ ସେବା କରିଛି ।।
ଶିଶୁମାନଙ୍କୁ ଯେ ସଦା ସ୍ନେହ,ଶ୍ରଦ୍ଧା କରି ,
ନୀତି ଶିକ୍ଷା ଦେଇ ହରେ ମନଟି ତାଙ୍କରି ।।
ନମ୍ର ଭଦ୍ର ସହିଷ୍ନୁତା ଭାବ ଯେ ଆଦର ,
ହିଂସା କୁଟ କପଟକୁ ମନୁ ଦୂରକର ।।
ଅନ୍ତର ଭିତରୁ ଅହଂ ଭାବ ଦୂରକରି ,
ସର୍ବଜନ ହିତାୟ କର୍ମ କରୁଥାଅ ଚାଲି ।।
ମନକୁ କର ସଂଜତ ବାକ୍ୟକୁ ମଧୁର ,
ଉତ୍ତମ ବ୍ୟବହାରରେ ସର୍ବଜନ ଆଦର ।।
ଅନ୍ୟଦୁଃଖେ ଦୁଃଖି ପୁଣି ଅନ୍ୟସୁଖେ ସୁଖି ,
ଅନ୍ୟର ଦୁଃଖ କୁ ଯିଏ ନିଜର କରିଛି ।।
ଅନ୍ୟର କଷ୍ଟକୁ ଯିଏ ନିଜ କଷ୍ଟ ଭାବି ,
ଅନ୍ୟର କଷ୍ଟ ଲାଘବ ପାଇଁ ହୃଦୟେ ଭାବିଚି ।।
ଅନ୍ୟ ନିଦା ଅପବାଦ ଯା କର୍ଣ୍ଣ ନ ଶୁଣେ ,
ଅନ୍ୟର ହିତରେ ଯିଏ ତତ୍ପର ଥାଏ ।।
ସକଳକୁ ସମଭାବି କରିଚାଲ କର୍ମ ,
ସକଳ ହୃଦୟେ ରହିଛନ୍ତି ପରଂବ୍ରହ୍ମ ।।
ଅନାଦି ଅନନ୍ତ ହରି ସେ ଯେ ଜଗନ୍ମାଥ ,
ଉଡାଇ ପତିତପାବନ ଉଦ୍ଧାର ପତିତ ।।
କବି:ଶ୍ରୀ ସୁଶିଲ୍ କୁମାର ପାଣି ।