Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ନଈବଢି

ନଈବଢି

1 min
211


ଭଲା ରାଜଧାନୀ ଭଲା

ଘଣ୍ଟାଏ ହୋଇଲେ ବରଷା ଏଇଠି

ଲାଗେ ନଈବଢି ହେଲା ।

ରାଜରାସ୍ତା ଲାଗେ ନଈନାଳ ପରି

ପାଣିଶୂଅ ଉଛୁଳଇ 

ଏମିତି ଶୂଅ ସେ ଅକାଳରେ କେତେ

ଜୀବନ ଯାଉଛି ନେଇ ।

ନଈବଢି ପରି ମାନେନାହିଁ ପାଣି

କିଏସେ ଗରିବ ଧନୀ

ବସ୍ତି ବାସିନ୍ଦା କି ପ୍ରାସାଦ ମଲିକ

ସଭିଙ୍କର ଟାଣେ କାନି ।

ତଳ ମହଲାରେ ପାଣି ପସିଯାଇ

କରେ ଭାରି କଲବଲ

ଗଳି କନ୍ଦି ରାସ୍ତା କରଇ ହୀନସ୍ତା

ଶୂଅ ମାନେନାହିଁ ବୋଲ ।

ନଈରେ ଆସଇ ବଢି ପାଣି ମାଡି

ସତର୍କ ସୂଚନା ମିଳେ

ତର୍କ ବିତର୍କ ରେ ରାଜଧାନୀ ବଢି

ପାଣିରେ ଗରଳ ଢାଳେ ।



Rate this content
Log in

Similar oriya poem from Tragedy