Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ନେତାଜୀ ତୁମର ତୁଳନା ନାହିଁ

ନେତାଜୀ ତୁମର ତୁଳନା ନାହିଁ

1 min
9



ଭାରତ ମାତାର ଆଦର୍ଶ ସନ୍ତାନ

     ବିପ୍ଳବୀ ସୁଭାଷ ବୋଷ

ଅତୁଳନୀୟ ତୁମରି ଯଶ କୀର୍ତ୍ତି

    ଅବର୍ଣ୍ଣନୀୟ ଅଶେଷ।

ଅଠରଶହ ସତାନବେ ମସିହା

    ତେଇଶି ଜାନୁଆରୀରେ

ଜନ୍ମ ହୋଇଥିଲ କଟକ ସହର

    ଓଡ଼ିଆ ବଜାର ଠାରେ।

ପିତା ଜାନକୀ ନାଥ ବଡ ଓକିଲ

    ମାତା ନାମ ପ୍ରଭାବତୀ

କୋଳରେ ଜନ୍ମିଥିଲ ହେ ମହାନ୍ ବୀର

     ପ୍ରଚଣ୍ଡ ପ୍ରତିଭା ବ୍ୟକ୍ତି।

ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି

    ବୋଲାଇଲ ଛାତ୍ର ନେତା

କଲେଜରୁ ବିଦା କରିଦେଲେ କିଛି

    ରାଗରେ ହୋଇ ଉନ୍ମତ୍ତା।

ବାପାଙ୍କ ଇଚ୍ଛାରେ ବିଦେଶକୁ ଗଲ

    ପଢ଼ାଇ କରିବା ପାଇଁ

ଆଇ ଏସ୍ ସି ଚାକିରି ଛାଡ଼ିଦେଲ

    ଜାତି ସ୍ୱାଭିମାନ ପାଇଁ।

ହଇଜା ବସନ୍ତ ରୋଗୀଙ୍କ ସେବାକୁ 

    କରୁଥିଲ ଆନନ୍ଦରେ

ଭାରତ ମାତାର ଦୁର୍ଦ୍ଦିନ କୁ ଦେଖି

    ଚିନ୍ତା ଆସିଲା ମନରେ।

ଦେଶକୁ ସ୍ଵାଧୀନ କରିବା ପାଇଁକି

    ଆନ୍ଦୋଳନ ଯେ କରିଲ

ସୁପ୍ତ ସିଂହ କୁ ଯେ ଜାଗ୍ରତ କରିଲ

    ରକ୍ତେ କମ୍ପନ ଭରିଲ।

ଅଗ୍ନିବର୍ଷା ତୁମ ଭାଷଣ କୁ ଶୁଣି

    ଜାଗିଲା ଓଡ଼ିଆ ପ୍ରାଣ

ରକ୍ତ ଦିଅ ମୋତେ ସ୍ଵାଧୀନତାଦେବି 

    ଉତ୍ସାହ ପ୍ରଦ ଆହ୍ବାନ।

ଅସୀମ ସାହସ ଉଜ୍ଜ୍ବଳତେଜକୁ

    ଦେଖି ଶତ୍ରୁ କଲେ ଶଙ୍କା

ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି

   ଏକଲା ଚଲୋର ଡକା।

ତୁମ ପ୍ରଚେଷ୍ଟାରେ ବର୍ମାରେ ଉଡ଼ିଲା

    ସ୍ୱାଧୀନ ଭାରତ ଝଣ୍ଡା

ଦେଶ ପାଇଁ ନିଜ ଜୀବନକୁ ବଳୀ

     ଦେଇଦେଲ ହେ ମହାତ୍ମା।

ତୁମ ପରି ଦେଶ ପ୍ରେମୀ ଭାରତରେ

    ହୋଇ ନାହାନ୍ତି ଜନମ 

ଆଉ ଥରେ ଜନ୍ମ ନିଅ ଭାରତରେ

   ସ୍ବପ୍ନକୁ କର ପୂରଣ।

ଜନ୍ମ ଦିନ ତୁମ ପାଳନ୍ତି ସମସ୍ତେ

   ପୁଣ୍ୟ ତିଥି ଜଣା ନାହିଁ

ତୁମରି ପରି ବିରଳ ବ୍ୟକ୍ତିତ୍ୱର 

    ତୁଳନା କରି ନୁହଁଇ।


Rate this content
Log in

Similar oriya poem from Classics