Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Children

4  

Jasoda Majhi

Children

ନବରସ ଜ୍ଞାନ

ନବରସ ଜ୍ଞାନ

1 min
448



ଓଡ଼ିଆ ସାହିତ୍ୟେ ନବଗୋଟି ରସ

ଭୟାନକ, ହାସ୍ୟ, ବୀର,

ଅଦଭୂତ, ଶାନ୍ତ, ବିଭତ୍ସ,କରୁଣ

ରୌଦ୍ର ରସ ଓ ଶୃଙ୍ଗାର l


ଶୃଙ୍ଗାର ରସ ଯେ ଆଦିରସ ଅଟେ

ସ୍ଥାୟୀ ଭାବ ତା'ର ରତୀ,

ଆଖିର ଭାବକୁ ଆଖିରେ ପରଖି

ପ୍ରେମର ହୁଏ ଉତ୍ପତ୍ତି l


ହାସ୍ୟ ରସରେ ହସ ସ୍ଥାୟୀ ଭାବ

ହରଷ ସମୟ ଏହି,

ଲଜ୍ଜା,ଚପଳତା, ଶୂନ୍ୟତା, ବିକୃତି

ବିଭାବରୁ ସୃଷ୍ଟି ହୋଇ l


ବୀର ରସଟିରେ ସାହାସିକତାର

ପରିଚୟ ହୁଏ ଜାତ,

ଅନ୍ତର୍ନିହିତର ବଳଶାଳୀ ଭାବ

ଏହି ରସରେ ଜାଗ୍ରତ l


କରୁଣ ରସ ଯେ ଶୋକ ପରିବେଶେ

ଦୁଃଖର ସମୟେ ହୁଏ,

ବିରହ, ବନ୍ଧନ, ବେଦନା, ସୂଚନା

ଏହି ରସ ଦେଇଥାଏ l


ରୌଦ୍ର ରସରେ ରାଗ ଗରଗର

କ୍ରୋଧ ତା'ର ସ୍ଥାୟୀ ଭାବ,

ଉଦ୍ଧତ,ଦାନଵ ପ୍ରକୃତିରୁ ଏହା

ହୋଇଅଛି ଉଦୁଭବ l


ଶାନ୍ତ ରସ ଯେ ଶାନ୍ତିପୂର୍ଣ୍ଣ ରସ

ସ୍ଥାୟୀ ଭାବ ଶାନ୍ତିଶୀଳ,

ଦୟାକ୍ଷମା ଚିତ୍ତ, ନିର୍ବିକାର ଭାବ

ଶାନ୍ତରସର ମୂଳ l


ବିଭତ୍ସ ରସ ଯେ ଅନ୍ୟତମ ରସ

ଘୃଣା ତା'ର ସ୍ଥାୟୀ ଭାବ,

ଅପ୍ରିୟ ଉଦବେଗ ବସ୍ତୁର ଦର୍ଶନ,

ଶ୍ରବଣ ଆଦି ବିଭାବ l


ଅଦ୍ଭୂତ ରସରେ ବିସ୍ମୟ ଜନକ

ଅଲୌକିକ ବସ୍ତୁ ଥାଏ,

ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲେ

ଏହି ରସ ସୃଷ୍ଟି ହୁଏ l


ଭୟାନକ ରସ ଭୟକୁ ବୁଝାଏ

ଏହା ଅନ୍ୟତମ ରସ,

ନଅଗୋଟି ରସେ ନଅଗୋଟି ଭାବ

ହୋଇଥାଏ ପରବେଶ l

  



Rate this content
Log in

Similar oriya poem from Children